Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Classics

3  

Prasanna Kumar Madala

Classics

ବୁଦ୍ଧିମତୀ ସାବିତ୍ରୀ

ବୁଦ୍ଧିମତୀ ସାବିତ୍ରୀ

1 min
11.9K



ଅଶ୍ବପତିସୁତା ସତୀ    ବିଚକ୍ଷଣା ବୁଦ୍ଧିମତୀ

   ଧନ୍ୟ କହିବା ତୁମ୍ଭର ଖଗୋଳ ଜ୍ଞାନ

ଜାତକେ କାଳନୃପତି   ନିରପେକ୍ଷ ଜନ୍ତୁପତି

   ନିୟତି ଲିଖନେ କଲେ ମୃତ୍ୟୁ ପ୍ରଦାନ

       ଆକର୍ଷିଲେ ପତିଙ୍କ ପ୍ରାଣ

   ଜ୍ୟୋତି ବଳେ ଶମନଙ୍କୁ କଲ ସନ୍ଧାନ ।


ପତିପଦେ ରଖି ପ୍ରୀତି  ବରିଥିଲ ତ୍ୟଜି ଭୀତି

    ଅଳ୍ପାୟୁ ଜାଣନ୍ତେ କରି ପାଣି ଗ୍ରହଣ

ବନେ ହରାଇଲ ପତି  ବଲ୍ଲଭଙ୍କ ଶେଷଗତି

  ଅକାଳେ ହୁଅନ୍ତେ କୋଳେ ଘେନି ବହନ

       ପଥ ରୋଧି ସ୍ତୁତି ବାଚନ

   ମହାକାଳେ କଲ ପ୍ରାଣନାଥ ଯାଚନ ।


ଶ୍ରବଣେ ତୁମ୍ଭ ବିନତି   ବିହ୍ବଳ ହୁଅନ୍ତେ ଅତି

   କ୍ରମେ କଲେ କଲ୍ୟାଣର ବର ବିଧାନ

ଶ୍ବଶୁର ଯାତନା ଚିନ୍ତି  ପିତର ମଙ୍ଗଳେ ପ୍ରୀତି

   ଚକ୍ଷୁଦାନ ରାଜ୍ୟଭୋଗେ ପ୍ରାପ୍ତ ନିଦାନ

      ମହିମା ତୁମ୍ଭର ଗୋ ଧନ୍ୟ

    ତଦନ୍ତରେ ବାଞ୍ଛା ରଖ ନିଜ ନିଧନ ।


ରୋଦନେ ପ୍ରବଳ ଭ୍ରାନ୍ତି  ଅସମର୍ଥ କାଳ ଦାନ୍ତି

    ବିଷମ ଦ୍ବନ୍ଦରେ ଭାଳି ସତୀ ବଚନ

ବିଲୋକି ତତ୍ପର ସ୍ଥିତି  ଆକୁଳଚିତ୍ତେ ସାବିତ୍ରୀ

    ଶତସୁତ ମନାସି କରିଲେ ଅର୍ଚ୍ଚନ

       ପତିଙ୍କ ଔରସେ ରକ୍ଷଣ

   ତଥାସ୍ତୁ କହିଲେ ଯମ ଭ୍ରମେ ତକ୍ଷଣ ।


ପତିପ୍ରାଣ ନମାଗନ୍ତି  ଖଗୋଳ ବିଜ୍ଞାନେ ମତି

  ଯମଲୋକରୁ ଭୂଲୋକେ ହେଲେ ପତନ

ବିଅର୍ଥ ହୁଅନ୍ତା ଗତି   ଆକର୍ଷଣ ବଳେ କ୍ଷତି

    ଅଦ୍ବିତୀୟ ପତି ଘଟେ ମୂଳ ଯତନ

       ସତୀତ୍ବ ନହୁଏ ଖଣ୍ଡନ

    ମହାସତୀଙ୍କର ହେଲା ଯଶମଣ୍ଡନ ।


      




Rate this content
Log in

Similar oriya poem from Classics