STORYMIRROR

Meenakshee Dash Panigrahi

Classics Inspirational

3  

Meenakshee Dash Panigrahi

Classics Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
955

ବୀର ଭୂମି ବୀର ଗାଥା

ପୁରୁଷ ବକ୍ସି ଜଗବନ୍ଧୁ ଆଉ ବାଜିରାଉତ  

କରିଲେ ବିପ୍ଳବ ହେଲେ ଅଧିନାୟକ

ବଳିଦାନ ହେଇ ଆଜି କଲେ ସ୍ୱାଧୀନ ଏ ରାଷ୍ଟ୍ର "


ଜଣିଏ ନୁହେଁ ସେ ଥିଲେ ଅନେକ ,

ଉତ୍କଳ ସନ୍ତାନ ଯେ ବୋଲାଏ ଆଜ

ରାଧାନାଥ, ଗୋପବନ୍ଧୁ,ମଧୁ ଯେ ସୂଦନ ,

ଉପେନ୍ଦ୍ର ଭଞ୍ଜ ପୁଣି ଫକିରି ମୋହନ

ମାତୃ ଭାଷା ମାତୃ ଭୂମି ପାଇଁ କଲେ ଯେ ଉଦ୍ୟମ

ଓଡ଼ିଆ ଭାଷା ଆଜି ସ୍ୱତନ୍ତ୍ର ଭାଷା ରୂପେ ପାଏ ସମ୍ମାନ।


କଳା କାରୁକାର୍ଯ୍ୟ ଯୋଗୁ ଏ ରାଜ୍ୟ ଜଗତେ ଖ୍ୟାତ,

ଦେବ ଦେବ ଜଗନ୍ନାଥ ପୁଣି ତହିଁ ବିରାଜିତ।

ଉତ୍କଳ ପୁତ୍ର ଆଜି ଦେଶ ବିଦେଶରେ ପାଏ ସନ୍ନମାନ  

ସେଥି ପାଇଁ ଆମ କଳା ଓ ସଂସ୍କୃତି ସାରା ବିଶ୍ୱରେ ମହାନ ।


ଆଜି ଯାହା ଅଛି ସବୁସେଇ ବର ପୁତ୍ରଙ୍କର ଦାନ

ଦେଇଛନ୍ତି ରକ୍ତ ମାଟି ମା ପାଇଁ ନହରାଇ ନିଜ ସ୍ୱାଭିମାନ


ଇଂରେଜ ଶାସନ କରିବାକୁ

ଶୂନ୍ୟ ପାଇକେ ମାତିଲେ କରି ଗର୍ଜନ,

ବିର ମାଟି ଆଜି ହସୁଅଛି ହେଲେ

ଭୁଲିଗଲୁ ଆମେ ବୀର ପୁତ୍ରଙ୍କର ସେ ଅବଦାନ।


ଆମ ମାତୃଭାଷା ଭୁଲି ଆଜି

ଆମେ କଲୁ ତାଙ୍କୁ ଅପମାନ,

ବୀର ମାଟି ଆଜି କାନ୍ଦେ କଇଁ କଇଁ ତାଙ୍କୁ କରିଣ ସ୍ମରଣ  


କର୍ପୂର ଯାଇଛି କନା ପଡି ଅଛି

ଉତ୍କଳ ଦିବସେ କରୁ ତାଙ୍କୁ ସ୍ମରଣ

ପାସୋରି ମନ ରୁ ଅତୀତ କିର୍ତ୍ତିକୁ

ମଣୁଛୁ ନିଜକୁ ଗୌରବ ପୂର୍ଣ୍ଣ।


ଗର୍ବେ ଯିଏ ଦିନେ କହୁଥିଲା ଆମେ

ଉତ୍କଳ ମାତାର ଯୋଗ୍ୟ ସନ୍ତାନ

ଆଜି ସିଏ ନିଜେ ନିଜ ଭାଷା ଭୁଲି କରୁଛି

ଇଂରାଜୀ ମହିମା ଗାନ।


ହେ ବର ପୁତ୍ରଗଣ ଫେରି ଆସ ଥରେ

ଏ ମାଟି ହେଉ ଜଗତେ ଧନ୍ୟ

ତୁମ ଚଲା ପଥେ ଚାଲିବାକୁ ସଦା

ଆଶିଷ ମାଗୁଛି ଆଜି ତୁମ ସନ୍ତାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics