STORYMIRROR

Meenakshee Dash Panigrahi

Others

4  

Meenakshee Dash Panigrahi

Others

ରାତ୍ରି

ରାତ୍ରି

1 min
246

ରାତ୍ରିର କରାଳ ଅନ୍ଧକାର ,

ନିସ୍ତବ୍ଧ ଶୂନଶାନ ରାସ୍ତାରେ 

ଶୀତଳ ସ୍ନିଗ୍ଧ ଆତ୍ମା ର ବୁକୁଫଟା ଚିତ୍କାର .।


ଖିନଭିନ ରକ୍ତର ଲାଲ ଲାଲ ବୁନ୍ଦା 

ନିବସ୍ତ୍ର ଶରୀରକୁ କରେ ଆଲିଙ୍ଗନ 

ଆଖିର ଲୁହରେ ସୁପ୍ତ ଅନ୍ତର୍ନିହିତ କଷ୍ଟ ର ବେଦନା ।

 

ହାରିବା ପୂର୍ବରୁ ମରି ବାର ଆତ୍ମଗ୍ଲାନି ,

ଧିକାର ନିଜ ଯୌବନର କଳଙ୍କିତ ଅର୍ଧ 

ଦଗ୍ଧ ମାଂସରେ ତିଆରି ଛବି ।


ଷ୍ଟ୍ରିଟ ଲାଇଟ ର ଝାପ୍ସା ଆଲୁଅରେ ନିଜର 

ବସ୍ତ୍ରକୁ ଖୋଜି ଖୋଜି ପାଇବା ପରେ ରାତ୍ରିର 

ଅନ୍ଧକାରକୁ ଭେଦି ଆଲୋକର 

ସନ୍ଧାନ ରେ ଧୀର ପାଦ ଆଗକୁ ବଢେ ।


କିଛି ଆଲୁଅକୁ ପାଇ ଗଲା ପରେ ଆଶାର ସଂଚାର  

ମନରେ ଭରି ଚାଲୁଥିବା ବେଳେ ଅଟକି ଯାଏ ଯେବେ 

ସମାଜର ରୁକ୍ଷ ପରିହାସରୁ ଓହରି 

ଏକାନ୍ତରେ ନିଜ ଆତ୍ମାର ଚିତ୍କାର ଶୁଣେ ।


Rate this content
Log in