STORYMIRROR

Meenakshee Dash

Others Tragedy

3  

Meenakshee Dash

Others Tragedy

କିନ୍ନର

କିନ୍ନର

1 min
413


ଆଜି ଗୋଟେ ନୂଆ ସ୍ବପ୍ନ ଦେଖିବାକୁ ଆଶା ରଖିଛି।

ହେଲେ କାହିଁ ପାଦ ଦବାକୁ ଡର ଲାଗୁଛି।

କାଳେ ଫୁଣି ଯଦି ଭାଙ୍ଗିଯିବ ସ୍ବପ୍ନ।

ତେଣୁ ବାରମ୍ବାର ସ୍ୱପ୍ନ ଦେଖିବାକୁ ନିଜକୁ ଅଟକାଇଛି।


ଜନ୍ମ ରୁ ମା ଗର୍ଭରୁ ପାଦ ଯେବେ ତଳକୁ ଆଣିଛି।

ସଭିଙ୍କ ଓଠରେ ଖୁସି ଭରିଯାଇଛି।

ଯେବେ ଜାଣିଛି ନିଜ ଶରୀର ର ପରିବର୍ତନ।

ନିଜ ମନର ଭାବନା ବଦଳିବାରେ ଲାଗିଛି।


ପୁଅ ହୋଇ ଜନ୍ମ ହେଲେ ମଧ୍ୟ ଝିଅ ହେବାକୁ ଇଚ୍ଛା ହେଇଛି।

ଆଙ୍ଗୁଳି ଧରି ବାଟ ଚଲାଇବା ଶିଖେଇଥିବା ମଣିଷ।

ଆଜି ଅଧା ବାଟେ ହାତ ଛାଡ଼ି ଚାଲିଯାଇଛି।

ନିଜର ଅସ୍ତିତ୍ବ କୁ ସେବେ ଜାଣିଲି,

ଯେବେ ରାସ୍ତାରେ ଲୋକେ କିନ୍ନର ବୋଲି ଡାକ ଛାଡିଛନ୍ତି।


ଟ୍ରେନରେ କିଛି ଟଙ୍କା ପାଇଁ ଯେବେ ଦେହରୁ ପଣତ ଖସିଛି ଆଉ ମୁହଁ ରୁ ଭାଷା,

ସେତେବେଳେ ଏ ଶରୀରକୁ ନଷ୍ଟ କରିବାକୁ ବାରମ୍ବାର ଇଚ୍ଛା ହୋଇଛି।

ସୃଷ୍ଟି କର୍ତ୍ତା କି ଦୁଃଖ ଦେଲା ବୋଲି ଭାବି ତାକୁ ଅନେକ ଧିକରିଛି।


ବହୁ ସମୟ ଏ ମନ ଯେବେ ଏକା ଏକା ଲାଗିଛି

ସାଥିଟିଏ ପାଇବା ପାଇଁ ଅନେକ ଏ ଆଖି ଖୋଜିଛି,

ହୃଦୟ କାନ୍ଦିଛି ହେଲେ ଏ ଦୁନିଆ ରେ ଯଦିନାହିଁ ନାରୀର ଅସ୍ତିତ୍ବ।

ସେଠି ମୁଁ କିନ୍ନର ଟିଏ ହୋଇ

କିବା ପ୍ରେମ ଆଶା ବାନ୍ଧିବି।


କଷ୍ଟ ପରେ କଷ୍ଟ ଏ ଦେହ ସହିଛି, ଶେଷରେ ନିଜ ଶକ୍ତି ନିଜେ ଖୋଜି ପାଇଛି।

ସତ୍ୟ ଯୁଗରେ ଶ୍ରୀଖଣ୍ଡି ହୋଇ ମୁଁ ସଂମାନ ପାଇଛି,ପାପର ବିନାଶ କରିଛି।

ଖୁସି ଲାଗୁଛି ଏ ସଂସାରରେ ଗଣତି ନହେଲେ ନାହିଁ।

ମଣିଷ ରେ ଗଣତି ପାଇଛି।

କଳିଯୁଗରେ ମଧ୍ୟ ପାପର ବିନାଶ ପାଇଁ ନିଜ କର୍ମ ।

କରିଚାଲିଛି କରିଚାଲିବି ମଧ୍ୟ।


Rate this content
Log in