STORYMIRROR

Meenakshee Dash Panigrahi

Inspirational

4  

Meenakshee Dash Panigrahi

Inspirational

ହଁ ମୁଁ ଶିକ୍ଷକ କହୁଛି

ହଁ ମୁଁ ଶିକ୍ଷକ କହୁଛି

1 min
299

ଶୁଭୁନାହିଁ ତୁମକୁ ମୋ ହୃଦୟ ଭିତରେ ଲୁଚି ରହିଥିବା କୋଳାହଳର ଚିତ୍କାର ,

ଦେଖି ପାରୁନାହଁ ତୁମେ ମୋର ଆତ୍ମାହୁତିର ନିର୍ମମ ଚିତ୍ର ।

ସମାଜକୁ ଅନ୍ଧକାରରୁ ଆଲୁଅର ବାଟ ଦେଖାଉ ଥିବା ମଣିଷ ମୁଁ

ନିଜେ ଅନ୍ଧାରରେ ହଜି ଯାଉଛି 

ହଁ ମୁଁ ଶିକ୍ଷକ କହୁଛି ....।


ଦେଖି ପାରୁନାହଁ ଅହରହ ହଉ ଥିବା ପରିବର୍ତ୍ତନ ଯାହା ମୋ ଅସ୍ତିତ୍ବ କୁ ହଜାଇ ଦେଇଛି ,,,

ଏ କଳୁଷିତ ଛାତ୍ର ସମାଜ ଦିଗହରା ହୋଇ ନିଜକୁ ଭୁଲ ଦିଗ କୁ ଟାଣି ନେଇଛି

ଦାଇତ୍ୱ ମୋର ତୁଲାଇ ବାକୁ ହଜାରେ ପ୍ରୟାସ କରୁଛି

ହେଲେ ଗୋପବନ୍ଧୁ ଦେଇ ଥିବା ଶିକ୍ଷକର ସୁନ୍ଦର ଉପାଖ୍ୟାନ 

ଆଜି ମଳିନ ପଡିଯାଇଛି ଶିକ୍ଷକ ନୁହେ ମୁଁ ରାଜ ରାସ୍ତାର ଭିକାରି ସାଜି ଯାଇଛି .

ହଁ ମୁଁ ଶିକ୍ଷକ କହୁଛି ...।


ନାହିଁ ମୋର ଅଧିକାର ଶାସନର ନାହିଁ

ମୋର ଅଧିକାର ଛାତ୍ରକୁ ରୋକି ପାରିବାକୁ ଭୁଲରେ ତାର ..

ହାତ ଗୋଡ ଆଖି ସବୁ ବନ୍ଦ କରି ଦେଇ ମତେ

ଶାସକ ର ମାପ କାଠି ରେ ଠିଆ କରା ହେଇଛି ,,,

ଆତ୍ମ ସଂମାନ ଥିଲା ଯାହା ଅଳଂକାର ମୋର

ତାହା ଆଜି କିଏ ଚୋରି କରି ନେଇଛି ...

ସତରେ ନିଜ ପେଟ ପୋଷିବାକୁ ମୁଁ ଆଜି 

ଜେମିତି ଗୋଟେ ମୁଲିଆ ଟେ ସାଜି ଯାଇଛି 

ପରିଚାଳିତ ହଉଛି ମୁଁ ଅନ୍ୟର ଇଙ୍ଗିତ ରେ

ନିଜ ସ୍ୱାଭିମାନ କୁ କେଉଁଠି ହଜାଇ ଦେଇଛି 

ହଁ ମୁଁ ଶିକ୍ଷକ କହୁଛି . ..।


ମିଳୁନି ଆଉ ଛାତ୍ରଙ୍କର ପ୍ରଣାମ ନା ମିଳୁଛି ଅଭିଭାବକ ଙ୍କର ର ଶବ୍ଦ ,,,

ହଳୁଆ ପରି ହଳ କରି ଚାଲିଛି ଜମି ସେମିତି ଶୁଖିଲା ପଡିଛି

ଶିକ୍ଷକ ସାଜି ସମଜାକୁ ଗଢିବାକୁ ନେଇଛି ଦାଇତ୍ୱ 

ହେଲେ ଛାତ୍ର ସମାଜ ର ଭୁଲ ଦିଗକୁ ଗତି ମୋ ଗତିପଥ ବଦଳାଇ ଦେଇଛି

ଆଜି ଭାବୁଛି ଶିକ୍ଷକ ହେଇ ମୁଁ ଭୁଲ କରିଛି ।


ପ୍ରତି ଦିନ ଚିତ୍କାର ମୋ ଅଧିକାରର ଖବରକାଗଜରେ ହେଡଲାଇନ ସାଜିଛି

ଯେଉଁଠି ନାହିଁ ଶିକ୍ଷକର ସମ୍ମାନ

ସେ ରାଷ୍ଟ୍ର ନା କେବେ ଉନ୍ନତି କରିବ ନା କେବେ କରିଛି ...

ହଁ ମୁଁ ସେ ଅବହେଳିତ ଶିକ୍ଷକ କହୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational