STORYMIRROR

Meenakshee Dash Panigrahi

Classics

3  

Meenakshee Dash Panigrahi

Classics

ବୃଦ୍ଧତ୍ୱ

ବୃଦ୍ଧତ୍ୱ

1 min
162

ହାତ ରେ ଖଣ୍ଡିଏ ବାଡ଼ି କାନ୍ଧ ରେ ଛିଣ୍ଡା ଗାମୁଛା ,

ଆଗକୁ ଥର ଥର ପାଦ ବଢି ଚାଲେ ନେଇ ବୃଦ୍ଧତ୍ୱ ର ଆଶା

ଆଖିରେ ଅନେକ ଉତ୍ସାହ ଓ ଦେହରେ ଅସରନ୍ତି ଶକ୍ତି  

ପୁଅ ମୋର ଯାଇଛି ବିଲାତ ଆସିବ ଆଜି ଫେରି 

ଟିକେ ଆଖି ପୁରେଇ ଦେଖିବି


ପଢୁଆ ଛୁଆ ମୋର ଇଂରାଜୀ ରେ କଥା କହୁଛି  

ମାଟି ଚାଟି ଖଟିଖିଆ ମୁଲିଆ ମୁଁ ତା କଥା କଉ ବୁଝି ପାରିବି ,

ଆଖି ରେ ନାହିଁ ସେ ଜ୍ୟୋତି ପୁଅ କୁ ମୋର ଦେଖିବି କେମିତି 

ବୟସ ର ଅନ୍ଧାର ରେ ବୁଡି ବୁଡି ଯାଉଛି ସମ୍ପର୍କ କୁ ଖୋଜିବି କମିତି


ଭଷା ନଈ ର ସୁଅ ପରି ବୟସ ଗଡି ଯାଉଛି 

ଅନ୍ଧର ଲଉଡ଼ି ମୋର ଆସିବ କାଳେ ଫେରି  

ସେ ଆଶା ରେ ମୋ ନିଶ୍ୱାସ କୁ ସାଇତି ରଖିଛି


ଅନେକ କଷ୍ଟ ସହି ଛୁଆ ଙ୍କୁ ବଡ କରିଛି ଝିଅ ପୁଅ  

ସବୁ ଯେଝା ବାଟେ ଆଜି ଅସ୍ତଗାମୀ ସୂର୍ଯ୍ୟ ପରି  

ମୁଁ ବି ଅସ୍ତ ହେଇଯିବି ଦିନେ ତାଙ୍କ ବାଟ ଚାହିଁ 

ସେ କଥା କେବଳ ଭାବୁଛି


ବିଦ୍ୟା ଯାହା ମୁକ୍ତି ପ୍ରଦାନ କରେ ଆଜି ବିଦ୍ୟା 

ମୋ ସନ୍ତାନ ଙ୍କୁ ମୁକ୍ତ ଆକାଶ ର ବିହଙ୍ଗ ସଜାଇ ଦେଇଛି

ବୁଢା ବାୟା ଚଢେଇ ଟା ଏକା ଏକା ବସି 

ତା ବସା ରେ ଗୁମୁରି କାନ୍ଦୁଛି

ଫେରି ଆରେ ଧନ ଫେରି ଆରେ ମଣି 

ଏ ଯାଉଥିବା ନିଶ୍ୱାସ କୁ କେତେ ବା ଅଟକାଇ ରଖିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics