STORYMIRROR

Meenakshee Dash Panigrahi

Romance Classics Inspirational

3  

Meenakshee Dash Panigrahi

Romance Classics Inspirational

ନିଶବ୍ଦ

ନିଶବ୍ଦ

1 min
183


କାହିଁକି କେଜାଣି ମନ ଆଜି ଗୋଟିଏ ନିଶବ୍ଦ କୋଠରୀ ପାଲଟି ଯାଇଛି, ଅଚାନକ ନୁହେ ଧୀରେ ଧୀରେ ଏ ଆଖି ତୁମ ସେ ଶବ୍ଦ ବିହୀନ ଗଳ୍ପ ସବୁ ବୁଝି ଯାଇଛି ।

ଚାରିଆଡେ ଆଜି ଶବ୍ଦର କୋଳାହଳ, ଆଲୁଅ ଏବଂ ରଙ୍ଗ ମାନଙ୍କର ଖେଳ କିନ୍ତୁ ମୋ ମନ ଭିତରେ ଗୋଟିଏ ନିଶବ୍ଦ ଘର ବାନ୍ଧି ଦେଇଛି , ନୀରବତା ସାଜିଛି ମୋର ଅନ୍ତରଙ୍ଗ ବନ୍ଧୁ ଆଉ ରଙ୍ଗ ଠୁ ଦୂରରେ ଗୋଟିଏ ବେରଙ୍ଗୀ ଦୁନିଆ ମୋର ନୂଆ ଠିକଣା ସାଜିଛି।

ଜାଣିଛି ତୁମ ଦୁନିଆ ଏବେ ରଙ୍ଗୀନ କୋଳାହଳ ମୟ ଆଲୁଅରେ ରୀତିମତ ଗୋଟିଏ ନୂଆ ଖେଳ ଚାଲିଛି ,ଦିନେ ମୁଁ ଥିଲି ତୁମ ଖୁସି ଆଉ ଲୁହ ର କାରଣ ଆଜି ଆଉ କେହି ଜଣେ ସେ ଅଧିକାର ପାଇଛି , କିଛି ଅନ୍ତରାୟ ପରେ ଗୋଟିଏ ସ୍ବପ୍ନ ଭାଙ୍ଗିଛି ଗୋଟିଏ କାହାଣୀ ସରିଛି ,ଗୋଟିଏ ଦୀପ ଶିଖା ଲିଭିଛି, ଧୀରେ ଧୀରେ ତୁମ କାହାଣୀରେ ଗୋଟେ ଅଲୋଡ଼ା ଚରିତ୍ର ଟିଏ ସାଜି ତୁମ ଚରିତ୍ରର ସଂହାର ହେବାର ଦେଖିଛି କିନ୍ତୁ ଫରକ ଏତିକି ଜଉ ଆଖିରେ ଦିନେ ସ୍ବପ୍ନ ଥିଲା ଆଜି ସେ ଆଖିରେ ଲୋତକର ବନ୍ୟା ଆଉ ସେ ଗଢିଥିବା ସ୍ବପ୍ନ ର ଦୁନିଆ ରେ ସେ ନିଶବ୍ଦ ହୋଇ ସବୁଦିନ ପାଇଁ ହଜିଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance