STORYMIRROR

Bharatabandhu Biswal

Romance

4  

Bharatabandhu Biswal

Romance

ବିଚ୍ଛେଦ

ବିଚ୍ଛେଦ

1 min
392



ଜୀବନ ଏକ  ଆଲୋକ ରଶ୍ମି 

  ପାଳେ ନିୟମ ଧର୍ମ 

ସଳଖେ ଗତି ସର୍ବଦା କରେ 

  ହେଉ ଦକ୍ଷିଣ ବାମ ।

ମିଳନେ ସୁଖ ବିଚ୍ଛେଦେ ଦୁଃଖ

  ହୁଏ ମନରେ ଜାତ

ବିଭୋର କିମ୍ବା ଅଧୀର ହେବା

   ଅଟଇ ଅନୁଚିତ ।

ମନ ଦର୍ପଣେ ପ୍ରିୟ ପ୍ରିୟାର

   ଉକୁଟେ ପ୍ରତିବିମ୍ବ 

ତା ରୂପ ଗୁଣ ସ୍ନେହ ସୋହାଗ

   ଜାଗଇ ଅନୁରାଗ ।

ଲାଗେନା ମନ କର୍ତ୍ତବ୍ୟ କର୍ମେ

   ଶୂନ୍ୟ ଉଦାଶ ଭାବେ

ବିଳପେ ହୃଦ ସାରା ସଂସାର

&

nbsp;  ଅନ୍ଧାରମୟ ଦିଶେ ।

ଆଖିରୁ ସ୍ୱପ୍ନ ହଜଇ ନିଦ

  ଭାଳି ହୁଅଇ ମନ

ଖାଦ୍ୟ ସୁଆଦ ଅରୁଚି ଲାଗେ

  କେବଳ ଧ୍ୟାନ ମଗ୍ନ ।

କାନକୁ ଶୁଭେ ପ୍ରତିଟି କ୍ଷଣେ

  ପ୍ରିୟ ବା ପ୍ରିୟା ସ୍ୱର

ବିଚ୍ଛେଦ ଦୁଃଖ ବଡ଼ ଗମ୍ଭୀର

  ନାହିଁ ଔଷଧି ତାର ।

ବିଚ୍ଛେଦ ଶେଷେ ପୁନଃ ମିଳନ

  ଦିଏ ଅପାର ସୁଖ

ଜୀବନ ଏକ ମହା ନାଟକ

  ଭୂମିକା ନିର୍ଦ୍ଧାରିତ ।

ନାୟକ କିମ୍ବା ନାୟିକା ରୂପେ

  ଆମର ଅଭିନୟ

ହେଉ ସଫଳ ନାଟକ ଅଙ୍କ

  ଜୀବନ ଜୟ ଜୟ ।।


Rate this content
Log in

Similar oriya poem from Romance