STORYMIRROR

Gouri Panda

Romance

4  

Gouri Panda

Romance

ଚହଲା ମନ

ଚହଲା ମନ

1 min
343


ଚହଲା ମନ ମୋ କେଉଁଠି ଥିଲା? 

ଚହଲା ମନ ମୋ ଚହଲି ଗଲା। 

ଚହଲା ଏ ମନ, ଚହଲି, ଚହଲି

ଚହଲା ପାଣିରେ ଖେଳୁଛି ଦୋଳି। 

ଚହଲା ମନ ରେ ଉଠଇ ତରଙ୍ଗ 

ଦିଶଇ ତା'ଅନେକ ରଙ୍ଗ ବେରଙ୍ଗ।

ଚହଲା ପାଣିରେ ମୁହଁ ନ ଦିଶଇ

ଚହଲା ଏ ମନ ଧରା ନ ପଡଇ।

ଚହଲା ଏ ମନକୁ ବାନ୍ଧିଛି କିଏ?

ଚହଲା ଯା'ର ମନ ଜାଣିଛି ସିଏ।

ଚହଲା ମନ ଟା ଆକାଶେ ଉଠଇ

ଚହଲା ମନ ଟା ଯୌବନେ ଆସଇ।

ଭାରି ଦଗା ଦିଆ ଏ ଚହଲା ମନ 

ମାନେନା କା'କଥା ଦେଖଇ ସପନ। 

ଭାରି କଷ୍ଟକର ବଶ ରେ ରଖିବା

ଚହଲା ମନଟା ଅକ୍ତିଆର ହେବା। 

ଚହଲା ମନ ଟା କରଇ ଝାମେଲା

ପଢିବା ବିପଦ ପୁସ୍ତକ ସେ ଖୋଲା। 

ଚହଲା ମନ ଟା ଆଣଇ ବିପଦ

ଭାବିଲେ ଜୀବନ ହୁଅଇ ଦୁଃଖଦ। 

ଚହଲା ମନକୁ କର ଅକ୍ତିଆର 

ନହେଲେ ଆସିବ କଥା ବିପଦର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance