Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ନିରଂଜନ ପଧାନ

Romance Others

4.7  

ନିରଂଜନ ପଧାନ

Romance Others

ଶେଷ ଚିଠି

ଶେଷ ଚିଠି

1 min
425


ମୋ ଆଖି ଲୁହ ଧାରେ ଧାରେ ଲେଖୁଛି ମୁଁ ଆଜି

    ତୁମ ପାଇଁ ପ୍ରେମର ଏ ଶେଷ ଚିଠି ,

ମୋ ରାଣ ତୁମକୁ ରହିଲା ପ୍ରିୟା ଗୋ ! ପଢି ସାରି

     ଫିଂଗିବନି ଯମା ଏଠି ସେଠି ।


ମୋ ପ୍ରେମର ପରାଏ ଶେଷ ସନ୍ତକଟେ ତୁମ ପାଇଁ

   ଆଶାକରେ ହୃଦୟେ ରଖିବ ସାଇତି ,

ଏଠି ସେଠି ଫିଂଗି ଦେଲେ ତୁମେ କୁହ ତ ପ୍ରିୟା 

    ମୋର ଏ ଜୀବନ ସହିବ କେମିତି ।


ଦିନେ ଭଲ ପାଉଥିଲ ତୁମେ ବି ତ ପରା ମତେ

    ତୁମେ ତୁମ ନିଜ ଜୀବନଠୁ ବେଶି ,

ଅକାରଣେ ତୁମେ ତ ମୋ ହାତ ଛାଡି ଚାଲିଗଲ

    କୁହ ଏବେ କେମିତି ରହୁଛ ଖୁସି ।


ସେ ଯାହା ଘଟି ଗଲା ସେ ସବୁରେ ତ ମୁଁ ଖୁସି 

  କେବଲ ତୁମେ ରୁହ ଖାଲି ସୁଖ ଶାନ୍ତିରେ ,

ତୁମ ଖୁସିରେ ତ ମୋ ଖୁସି ପ୍ରିୟା ଏକଥା ତୁମଠୁ 

  ଆଉ କିଏ ବା ବେଶି ଭଲ ବୁଝିପାରେ ।।


Rate this content
Log in

Similar oriya poem from Romance