ଏଇତ ଜୀବନ
ଏଇତ ଜୀବନ
ଜୀବନ ନୁହଇ ଫୁଲ ଭରା ପଥ
ଚାଲିଲେ ବାଧିବ ନାହିଁ ।
ଚାଲିବାକୁ ହବ ଜୀବନ ର ପଥ
କଣ୍ଟା ର ଆଘାତ ସହି ।
ଜୀବନ ଟା ଗୋଟେ ଅବୁଝା କବିତା
ଯାହା ସହଜରେ ପଢି ବୁଝି ହୁଏ ନାହିଁ।
ଜୀବନ ନୁହଁଇ ମାଟି ର କଣ୍ଢେଇ
ଖେଲି ଭାଙ୍ଗି ଦେବା ପାଇଁ ।
ଜାବନ ଟା ଯଦି ହୁଏ ଏକ ପ୍ରଶ୍ନ
ଏହାର ଉତ୍ତର ଖୋଜିବା ଟା ଭାରି କାଠିକର ପାଠ।
ଏମିତିକା ଅଟେ ଏଇ ଜୀବନ ର ବାଟ
ଯାର ଦୂରତା ବି ମାପିବା ଟା ଭାରି କଷ୍ଟ ।
ଜୀବନ ଟା ଆମ ସମୁଦ୍ର ପରିକା
ଯାର ଗଭୀରତା ସହଜରେ ମାପି ହୁଏ ନାହିଁ ।
ଜୀବନ ଟା ଏକ ଏମିତିକା ବହି ଯେ
ଯାର
ପ୍ରତି ପୃଷ୍ଟାରେ ଦୁଃଖ ଥାଇ ।
ଜୀବନ ଟା ଏକ ଏମିତି ଗୀତ ଯେ
ଯାର ସ୍ୱର ଯେତେ ଖୋଜିଲେବି ମିଲେ ନାହିଁ ।
ଏଇ ଜୀବନ ଟା ଏକ ଏମିତି ଯୁଦ୍ଧ ଯେ
ଯେଉଁଠି ସଂଘର୍ଷ ର କେବେ ଅନ୍ତ ହୁଏ ନାହିଁ ।
ଜୀବନ ଟା ଏକ ଏମିତି ପାଠ ଯେ
ଯେଉଁଠି ଶିକ୍ଷା ର କେବେ ସମାପ୍ତି ନାହଁ ।
ଜୀବନ ଟା ଗଢା ଆମ ଏମିତି ଅକ୍ଷରେ
ଯେଉଁ ଅକ୍ଷର କେବେ ଚିହ୍ନି ହୁଏ ନାହିଁ ।
ଜୀବନ ଟା ଆମ ଏମିତି ପଥ ଯେ
ଯେଉଁଠି ଥରେ ଚାଲିଗଲେ ପଛକୁ ଫେରି ହୁଏ ନାହିଁ।
ଜୀବନ ରାସ୍ତା ରେ ସୁନ୍ଦର ଜୀବନ ସାଥିଟେ
ପାଇଲେ
ସହଜ ରେ ଜୀବନ ର ରାସ୍ତା ଟା ହୋଇଯିବା ପାରି ।