ସ୍ମୃତି
ସ୍ମୃତି
ଭୁଲି ମୁଁ ପାରୁନି ଅତୀତକୁ ମୋର
ମନେ ପଡେ ବେଶି ତୋର ସ୍ମୃତି,
ବଂଚିଛି ସିନା ମୁଁ ଦୁନିଆଁ ଆଖିରେ
ତୋ ପାଇଁ ତ ଜଳି ସାରିଛି ମୋ ଜୁଇ ॥
ଭଲ ପାଉଥିଲୁ ଦିନେ ମତେ ପ୍ରିୟା
ଭୁଲି ଗଲୁ ସବୁ ପଛକଥା ପୁରୁଣା ଦିନ ,
ତୋ ପାଇଁ ଦିନେ ପାଗଳ ମୁଁ ଥିଲି
ତୋ ପ୍ରେମ ରେ ପାଗଳ ଥିଲା ମୋ ମନ ॥
ଭଲ ପାଇବାର ମୋ ସାଥେ ଛଳନା କରି
କି ଲାଭ ପାଇଲୁ ତୁ ପ୍ରିୟା କହ,
ତୋ ମଙ୍ଗଲ ମନାସି ଯେ ମନ୍ଦିରେ ଦୀପ ଜାଳୁଥିଲା
ତା ଆଖିେରେ କାଇଁ ପାଇଁ ଦେଲୁ ଲୁହ॥
ଖାଲି ଲୁହ ତୁ ଦେଇନୁ ଏ ଆଖିରେ ମୋ ପ୍ରିୟା
ମୋର ବଶ୍ୱାସେ ବି ଦେଇଛୁ ବିଷ ,
ସରଲ ନିରିହ ମଣିଷ ହାତ ରୁ ତୁ ତ ଲୋ
ଛଡେଇ ନେଇଛୁ ତୁ ତା ମୁହଁର ସବୁ ହସ ॥
ହସିବାକୁ ଚାହିଁଲେ ବି ହସି ମୁଁ ପାରେନି
ଆଜି ହସିବା ହେଇଛି ମୋ ପାଇଁ ମନା,
ସବୁ ହସ ଖୁସି ନେଇ ଚାଲି ଗଲୁ
ମୋର ଏ ହୃଦୟକୁ କରି ଚୁନା ॥
ସ୍ମତି ତୋର ସବୁ ମନେ ପଡେ ଆଜି
ମନେ ମରେ ସବୁ ମୋ ମନର ବେଦନା,
କୋଉଠି ଅଛୁ ତୁ ଫେରି ଆ ସାଥି
ତୋ ବିନା ଏକା ଏ ଜୀବନ ଜୀଇଁ ହୁଏନା ॥
ମରିବାକୁ ଚାହିଁଲେ ବି ମରି ମୁଁ ପାରେନା
ସାଜିଛି ପରା ବଂଚିବା ପାଇଁ କାହାର ବାହାନା ,
ମୁଁ ପରା ପ୍ରିୟା ଜଣେ ବିରହୀ ପ୍ରେମିକଟିଏ
ମରିବାକୁ ଚାହିଁଲେ ବି ଆଜି ମୁଁ ପାରେନା ॥

