Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ନିରଂଜନ ପଧାନ

Romance

4.3  

ନିରଂଜନ ପଧାନ

Romance

ତୁମ ବିନା ମୁଁ

ତୁମ ବିନା ମୁଁ

1 min
283


ଫୁଲ ବିନା ଭଅଁର ଯେମିତି


ରାଧା ବିନା କୃଷ୍ଣ ସେମିତି ।


ତୁମ ବିନା ଆଜି ମୁଁ ଏକା ସାଥି


ତୁମକୁ ଖାଲି ଝୁରି ମରୁଥାଏ ଦିନରାତି ।


ସୂର୍ଯ୍ୟ ବିନା ପଦ୍ମ ସେମିତି


କଇଁ ବିନା ଜହ୍ନ ଯେମିତି ।


ତୁମକୁ ଥରୁଟେ ଦେଖିବା ପାଇଁ 


ଅପେକ୍ଷାରେ ମୁଁ ଥାଏ ସାରା ରାତି ।


ଭଅଁର ବିନା ଫୁଲର ମହତ୍ତ୍ୱ


କୃଷ୍ଣ ବିନା ରାଧାରାଣୀର ଅସ୍ତିତ୍ତ୍ୱ ।


ଠିକ୍ ସେହିପରି ତୁମ ବିନା 


ମୋ ହୃଦୟ ଯନ୍ତ୍ରଣାରେ ହୁଏ ଖାଲି ଦଗ୍ଧିଭୂତ ।


କଇଁ ଯେମିତି ଚକାଜହ୍ନକୁ ଝୁରେ


ପଦ୍ମ ଝୁରେ ସୂର୍ଯ୍ୟଙ୍କ ଚେନାଏ କିରଣ ।


ଠିକ୍ ସେମିତି ତୁମକୁ ଖୋଜି ଖୋଜି ମୁଁ 


ବଂଚି ଥାଉ ଥାଉ ଆଜି ପଥର ସମାନ ।



Rate this content
Log in