STORYMIRROR

Pradesh Pratyush

Romance Others

4  

Pradesh Pratyush

Romance Others

ଉପହାର

ଉପହାର

1 min
214

ଅନ୍ଧକାରଚ୍ଛନ୍ନ ଏବେ ହୃଦୟର ନିଭୃତ କୋଠରୀ !

ମନ ବଗିଚାରେ ଫୁଟେ ନିତ୍ୟ କେତେ ଆଶାର ପୁଷ୍ପ

ହେଲେ ସେଥିରେ ବାସ କାହିଁ ???


ଯେବେ ଇଚ୍ଛା କରିଛି -

ଆଉ କାହାକୁ ନିଜର କରିବାକୁ

ତୁମର ସ୍ମତିର ଅଡ଼ୁଆ ସୂତା ମୋତେ ଛନ୍ଦିଛି ।

ଏବେ ତୁମେ ମୋର ହସ

ତୁମେ ମୋର ଖୁସି

ତୁମେ ମୋ ସବୁ ମୂହୁର୍ତ୍ତ ...


କୁହ କେବେ -

ମୋ ପ୍ରୀତି ଉପହାରକୁ ତୁମ ସିନ୍ଥିରେ ଭରିବ ।

       ****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance