ଅଭିମାନ
ଅଭିମାନ
ଅଭିମାନ ର
ବଗିଚା ରେ ତୁମେ ମୋର
ଅବୁଝା ଗୋଲାପ ଫୁଲ
ଯେତେ ବୁଝାଇଲେ କ'ଣ ବୁଝେ
ଅମାନିଆ ହୋଇଯାଏ
ପ୍ରେମର ସମୀରେ ଦୋହଲି ଯାଏ
ଟିକିଏ ପ୍ରେମର ପରଶ ପାଇଁ
ଏ ଅଭିମାନ........।!
ନରମ ନରମ
ତୁମ କଥାର ଗାଲିଚାରେ
ମନ ଖାଲି ଭରିଯାଏ ମିଠା ମିଠା କଥାରେ
ଯେତେ କହିଲେ କ'ଣ କହେ
ଅଭିମାନୀ ହୋଇଯାଏ.....
ପ୍ରେମ ଗାଲିଚାରେ ଶୋଇଥାଏ
ଟିକିଏ ଅଭିମାନର ଶବ୍ଦ ପାଇଁ
ଏ ଅଭିମାନ...!!
ଅଭିମାନ ର
ସାଗରରେ ତୁମେ ମୋର
ଅବୁଝା ଉତ୍ତାଳ ତରଙ୍ଗ
ଯେତେ ବନ୍ଧ ଦେଲେ କ'ଣ ଅଟକେ
ଭାଙ୍ଗି ଦେଇଯାଏ
ପ୍ରେମ ଅଭାବ ରେ ଭଟ୍ଟା ପଡ଼ିଯାଏ
ଟିକିଏ ପ୍ରେମ ଜୁଆରର ବିଳମ୍ବରେ
ଏଥି ପାଇଁ
ଏ ଅଭିମାନ.....!!
ହାରିଲି ଏଥର
ପ୍ରିୟା ମୋର
ଭାଙ୍ଗି ଦିଅ ତୁମ ଅଭିମାନ
କରନା ଆଉ ଅଭିମାନ ର ଆନ୍ଦୋଳନ
ମୋ କ୍ଷମତା କରିଲି ମୁଁ ପ୍ରତ୍ୟାହାର
ତୁମେ ଏଥର କୁହ କରିବି ନାହିଁ
ଅଭିମାନ ର ଆନ୍ଦୋଳନ
ମୋ ହୃଦୟ ସରକାର ଠାରେ
ମୋ ଅଭିମାନିନୀ ଗୋ ଅଭିମାନିନୀ
ହାତରେ ହାତ ମିଳାଇ
ଗଢିତୋଳିବା ଆମ ପ୍ରେମର ରାଷ୍ଟ୍ର
ସୁଦୀର୍ଘ ହେଉ ତୋର ପ୍ରେମ ସରକାର
ଛାଡ ଏବେ
ଅଭିମାନ ର ସହର।!

