ଧୈର୍ଯ୍ୟ ପାରୁନାହିଁ ରଖି
ଧୈର୍ଯ୍ୟ ପାରୁନାହିଁ ରଖି
ମୋ ବେନି ନୟନେ ତାଙ୍କ ଦିବ୍ୟ ଛବି
ନାଚି ଉଠୁଛି ଗୋ ସଖି ,
ସେ ମନମୋହନ ଅଙ୍ଗ ସଙ୍ଗ ଲାଗି
ଧୈର୍ଯ୍ୟ ପାରୁନାହିଁ ରଖି ।
ଆକୁଳ ହେଉଛି ଏ ପରାଣ ଖାଲି
ପାଶେ ପାଆନ୍ତି କି ତାଙ୍କୁ ,
ନୟନ ପୁରାଇ ଦର୍ଶନ କରନ୍ତି
ସେଇ ଲବଣୀ-ଖିଆଙ୍କୁ ।
ତାଙ୍କରି ତନୁକୁ ଆଉଜି ଶୁଣନ୍ତି
ମୋହନ ବଂଶୀର ସୁର ,
ଭାବରେ ମଗନ ହୋଇ ବାରବାର
କହନ୍ତି ଅନ୍ତର ଗୀର ।
"ଏଇଭଳି ତୁମ ଏ ଦିବ୍ୟ ସାନ୍ନିଧ୍ୟ
ଦେଉଥାଅ ନାଥ ମୋତେ ,
ତୁମରି ପ୍ରେମରେ ଭୋଳ ହୋଇ ମୁହିଁ
ଭୁଲିବି ଯାତନା ଯେତେ ।
ବଇକୁଣ୍ଠ ସୁଖ ଭୋଗ କରିବି ମୁଁ
ପାଶୋରି ବିଷୟ ଜ୍ଞାନ ,
ଆଉ କେଉଁଥିରେ ନ ବଳିବ ଚିତ୍ତ
ତୁମ୍ଭ ପଦେ ଥିଲେ ଧ୍ୟାନ ।"

