STORYMIRROR

Narayan Sethi

Abstract Romance Inspirational

4  

Narayan Sethi

Abstract Romance Inspirational

ଶୀର୍ଷକ:ମୁଁ ତୁମ ପ୍ରେମରେ

ଶୀର୍ଷକ:ମୁଁ ତୁମ ପ୍ରେମରେ

1 min
301

   

ତୁମ ମୁଁହର ସେ ହସ ଥରେ ଦେଖିଲେ

ଆକାଶର ଜହ୍ନ ବି ଲାଜେଇ ଯାଏ

ତୁମ ଆଖିର ଚାହାଣୀ କୁ ବାରିଦେଲେ

ଏ କଳା ବାଦଲ ଟା ବି ଭାରି ଦୁଷ୍ଟ ହୁଏ.....!!

ହା ହା ଆଉ ତୁମ ଓଠର ହସ

ତୁମ ପାଖକୁ ମୋତେ ଟାଣି ନିଏ

ମୁଁ ନିଜେ ନିଜକୁ ତ

ଜମାରୁ ରୋକି ପାରେନା

ସତରେ ତମେ ସୁନ୍ଦରୀ ନୁହେଁ ତ

ଜଣେ ଅପସରି ଟିଏ........!!

ଯେତେ ମୁଁ ଦେଖୁଛି ତୁମକୁ

ଆହୁରି ଦେଖିବାକୁ ମୋତେ ଇଚ୍ଛା ହୁଏ

ଭୋକ ଶୋଷ ସବୁ ମୋର ଉଭେଇ ଗଲାଣି

ମୋ ମନ ତୁମ ପାଖେ ଖାଲି ଲାଖି ଯାଏ......!!

ଗୋଲାପ ଠୁ ବୋଧେ ରଙ୍ଗ ଆଣିଛ

ଭାରି ଗୋଲାପି ଗୋଲାପି ଲାଗୁଛ

କୋଇଲି ଠୁ ବୋଧେ ସ୍ୱର ଆଣିଛ

ସୁନ୍ଦର ସ୍ୱର ରେ ମୋତେ ନିରେଖି ଡାକୁଛ......!!

କଥା କୁହା ତୁମ ମୁଁହର ଚାହାଣୀ

ମୋତେ ତୁମ ପାଖକୁ ଟାଣି ନେଉଛି

ଲାଜ ପରା ତୁମ ସୁନା ଅଳଙ୍କାର

ମୁଁ ଝୁରିବାକୁ ତୁମକୁ ବାଧ୍ୟ ହେଉଛି.......!!

କେଜାଣି କାହିଁକି ତୁମେ ଲାଗୁଛ

ମୋତେ ଏତେ ନିଜର

ଭୁଲିବା ତ ତୁମକୁ ଦୁର ର କଥା

ତୁମ ପାଇଁ ସତରେ ମୁଁ ଭାରି ଅଧିର .........!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract