STORYMIRROR

Banasmita Panda

Abstract Romance Classics

4  

Banasmita Panda

Abstract Romance Classics

ତୁମେ ଆସିବ

ତୁମେ ଆସିବ

1 min
221


ଅପେକ୍ଷାରେ 

କଣ କେବେ ନିର୍ଦ୍ଧିଷ୍ଟ 

ସମୟ ନିର୍ଦ୍ଧାରିତ ହୋଇଥାଏ 

ଠିକ ଯେପରି ତୁମେ 

ଦେଇ ଯାଇଥିବା କଥା ପରି 

ଫେରିବ........ 

ନେଇଯିବ ସାଙ୍ଗରେ ସେ ନୀଳ ଆକାଶେ 

ଗୋଟିଏ ଜୀବନ, ଦୁଇଟି ବିହଙ୍ଗ ପରି 

ହଁ ସବୁ ବିହଙ୍ଗର କଣ ଡେଣା ଉଡି ପାରେ 

ମାଇଲ ମାଇଲ 

କିଛି କ୍ଷତାକ୍ତ, କିଛି କାଟି ଦିଆଯାଏ 

ପରମ୍ପରା, ସଂସ୍କୃତି, ସଂସ୍କାର ନାମରେ !!!


ଗଢ଼ିଥିବା ସ୍ବପ୍ନ, ଆଶା ଗୁଡିକରେ 

ବେଇମାନି ନାମକ ସରୀସୃପ ଗୁଡେଇ ହୋଇ ଯାଏ 

ଛାଟିପିଟି ହୂଏ ମୋର ବିଶ୍ୱାସ 

ପ୍ରତିଟି ନିଶ୍ୱାସ ନିଏ ଶେଷ ଦୀର୍ଘଶ୍ୱାସ 

ତଥାପି ବୁଜି ହେଇ ଯାଉଥିବା ପଲକ ଗୁଡିକରେ 

ଦେଖେ ତୁମର ପ୍ରତିଛବି ନିରନ୍ତର !!!


ଯଦି ଆକାଶ ହୋଇଥାନ୍ତି 

ଜାବୁଡି ଧରିଥାନ୍ତି ତୁମର ଚାନ୍ଦ, ତାରା ସ୍ୱରୂପ 

ଯଦି ସମୁଦ୍ର ହୋଇଥାନ୍ତି 

ନଦୀ ହୋଇ ବୋହି ବୋହି ଯାଇଥାନ୍ତି 

ମିଶି ଯାଇଥାନ୍ତା ମୋ ପୁର୍ଣ ଅସ୍ତିତ୍ବ 

ତୁମ ସମୁଦ୍ର ପରି ବିଶାଳ ହୃଦୟରେ 

କିନ୍ତୁ...... 

ହଁ ଠିକ କହିଛ 

ସବୁ ନଈ କଣ ମିଶେ ସାଗର ସଙ୍ଗେ 

ପଥରେ ତାର ଅନେକ ଉଚ୍ଚ ଉଚ୍ଚ 

ପାହାଡ଼, ପର୍ବତ, ମୁହାଣ !!!


ହେଇ ପୁଣି ସମୟର ଆଗମନ 

କହୁଛି ରହି ପାରିବାନି 

ସେ ଯେ ସବୁବେଳେ ଚଳନ୍ତି 

ସେ କି ବୁଝିବ ମୋ ବର୍ଷ ବର୍ଷ ର ଅପେକ୍ଷା

ପ୍ରତିଟି ଘଡି ଧିକ ଧିକ ହୋଇ ଜଳିବା 

ଜଳା ଘା ଗୁଡିକୁ ପଣତରେ ଲୁଚାଇବା 

ଲୁହ ଗୁଡିକ ସହ ବନ୍ଧୁତା 

ଖୁଵ ନିରୁତା !!!


ସନ୍ଧ୍ୟା ଗଡି ପୁଣି ସ୍ୱଚ୍ଛ ସକାଳ 

ସଂସାର ପାଇଁ ଅନେକ ନୂଆ ଆଶାଭରା କିରଣ 

କିନ୍ତୁ ତୁମେ ଆସିଲ ନାହିଁ 

ଶୋଇପଡ଼ିଲା ଏ ଅବୁଝା ଜୀବନ 

ଛାଟିପିଟି ହୋଇ, ଅଝଟ କରି 

ଚାହିଁ ବସିଥିଲା ତୁମ ଆଗମନର ବାଟକୁ 

ଯାହା ଆଖି ଯୋଡିକ ଖୋଲାଥିଲା 

ସ୍ୱପ୍ନ ଏବଂ ଆଶାରେ ଭରା ଭରା 

ବାକିଥିଲା କିଛି କଥା, କିଛି ଆଶା, 

କିଛି ଭରଷା, କିଛି ଅବଶୋଷ 

କହୁଥିଲେ ହୃଦୟର କାନେ କାନେ 

ତୁମେ ଆସିବ କେବେ ନା କେବେ 

ହଁ ଆସିବ କେବେ ନା କେବେ !!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract