STORYMIRROR

Banasmita Panda

Romance Fantasy

4  

Banasmita Panda

Romance Fantasy

ସାଥୀରେ

ସାଥୀରେ

1 min
263


ଜୀଵନ ଲୋଡୁ ଥିଲା

ଅନ୍ତରଙ୍ଗ ସାଥୀଟିଏ 

ନିଃସଙ୍ଗ ହୃଦୟର ବେଦନାକୁ 

ବୁଝିଲା ଭଳି ବନ୍ଧୁଟିଏ 

ତୁମେ ଆସିଲ ସେ ଶୂନ୍ୟସ୍ଥାନ ପୂରଣ କଲ

ବାନ୍ଧି ଦେଲ ଏ ଦରଦୀ ହୃଦୟକୁ

ନିଜ ପ୍ରେମ ଭରା ଅସ୍ତିତ୍ବ ସହ 

ସତିକା ଆକୁଳ ଥିଲା ମନ 

କହିବାକୁ ଅନେକ ଅକୁହା କଥା 

ସାକ୍ଷୀ ଥିଲେ ସେ ଜହ୍ନ ତାରା 

ବାନ୍ଧି ହୋଇଯାଇଥିଲା ଦୁଇଟି ଜୀବନ 

ପ୍ରତିଟି ରାତ୍ରୀ କାଟିବା ସଜନୀ ସାଥୀ ହୋଇ 

ପ୍ରେମ, ପ୍ରଣୟର କାବ୍ୟମୟ ମୂର୍ତ୍ତି ହୋଇ 

ଦୁଇଟି ହୃଦୟ ଗୋଟିଏ ଆତ୍ମା 

ଜୀଵନରେ ଭରିଦେଲ 

ତୁମେ ସାତ ସପନ 

କିଛି ସୁନା କିଛି ରୁପା 

ଆସିଲେ ଯେତେ ବାଧା ବିଘ୍ନ 

ସାଥୀ ହୋଇ ରହିବି ତୋ ସାଙ୍ଗେ 

ପ୍ରତିଟି କ୍ଷଣ 

ଶାଗ, ପଖାଳର ସାଥୀ ହୋଇ 

କଟିଯିବ ସଂସାରମୟୀ 

ଯେବେ ଆସିବ ପରିଣତ ବୟସ 

ତୁ ମୋର, ମୁଁ ତୋର ହେବା ସାହସ 

ପ୍ରତିଟି ରାତ୍ରୀ ବାଣ୍ଟିବା ଅନେକ ସ୍ମୃତି 

ସାକ୍ଷୀ ରହିବ ଅନେକ ପୁର୍ଣିମା ରାତି 

ଥରି ଉଠିବ ଯେବେ ମୋ ହାତ 

ପାଖେ ଛିଡା ହୋଇଥିବ ତୁମ ସାହସ 

ଲୋଚା କୋଚା, କୁଞ୍ଚିତ ମୁହଁରେ ଆମ ହସ 

ମନେ ପକାଇ ଦେଉଥିବ ଅନେକ 

ଯୌବନ ଭରା ଅତୀତ 

ତଥାପି ବୟସ ପ୍ରେମ ପାଖେ 

ଯାଇଥିବ ହାରି 

ମୋ ହାତରେ ତୋ ହାତ 

ତୋ ହାତେ ମୋ ହାତ 

କାନ୍ଧେ ପ୍ରେମଭରା ଆଲିଙ୍ଗନ 

ଆଖିରେ ଲୁହ ଥିବ ଅସୁମାରୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance