STORYMIRROR

Banasmita Panda

Abstract Classics Inspirational

4  

Banasmita Panda

Abstract Classics Inspirational

ସମୟ

ସମୟ

1 min
253


ସମୟ ଅଟଇ ବଡ଼ ବଳଵାନ

ସବୁଠାରୁ ଏହା ମୂଲ୍ୟବାନ

ସର୍ବଦା କର ଏହାର ସମ୍ମାନ 

ନାହିଁ ତାର ବାଛ ବିଚାର ସଭିଙ୍କ ପାଇଁ ସେ ସମାନ

ନା କେହି ଜିତିଛି ନା ଜିତିବ ତା ଆଗେ

ସେ ହେଉ ଯେତେ ବଡ଼ ଧନଵାନ !


କରେ ନାହିଁ ଭେଦଭାବ ନା କାହାକୁ ହଇରାଣ

ଯେ କରେ ଏହାର ସମ୍ମାନ,

ବିତିଗଲା ସମୟ ଆଉ ଫେରେନା

ସତିକା ଚଳନ୍ତି ନଈ ସମାନ 

ସମୟ ଥାଉ ଥାଉ କର ନିଜ କର୍ମ ସାଥେ,ଉପଯୋଗ

ଜୀବନର ପ୍ରତିଟି ପାଦେ ସମୟ ଦିଏ ଅନେକ ସୁଯୋଗ

ସେସବୁ ଦୁର୍ଲଭ ଯେ ନ ବୁଝିପାରଇ ଭୋଗଇ ଦୁଃଖ

ଯେ ନ ବୁଝେ ସମୟ ବଡ଼ ମୂଲ୍ୟବାନ ।


ନା ଗଢି ପାରଇ ଉଚ୍ଚ ନାମ ନା ପରିଚୟ

କରିପାରନ୍ତି ନାହିଁ କୌଣସି ଭଲ କର୍ମ

ସମାଜରେ ତାଙ୍କ ଅସ୍ତିତ୍ବ ମୂଲ୍ୟହୀନ ।


ସମୟ କରେ ନାହିଁ କାହା ଅପେକ୍ଷା

ଯେ ଚାଲେ ଏହା ସହ ସେ ଜଗତଜିତା

କଲାକର୍ମ ସହ ସମୟର ଖୁବ୍ ଭାବ

ସମୟ ଅନୁସାରେ ଭୋଗେ କର୍ମଫଳ

ସେଥିପାଇଁ ସମୟର ଆହ୍ୱାନ

ମୋ ସହ ସର୍ବଦା ହୁଅ ଆଗମନ ।


କର ଦୃଢ଼ ମନ

ହଉ ପ୍ରତ୍ୟେକ ହୃଦୟର ଏହି ସ୍ଲୋଗାନ

ସମୟର କାନ୍ଧ ସହକାନ୍ଧ ମିଶାଇ ଚଳିବାକୁ ହେବ

ପ୍ରତିଟି ବ୍ୟକ୍ତିତ୍ୱକୁ ଏହାର ମୂଲ୍ୟବୋଧ କରଇବାକୁ ହେବ

ଯେବେ ହେବ ସଭିଙ୍କ ଏ ଜ୍ଞାନ 

ଗଢିଉଠିବ ଏକ ସୁସ୍ଥ ସାମାଜିକ ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract