STORYMIRROR

Banasmita Panda

Romance Tragedy

3  

Banasmita Panda

Romance Tragedy

ପ୍ରେମିକାର ସ୍ୱର

ପ୍ରେମିକାର ସ୍ୱର

1 min
274


କେତେ ତୁମେ ଜାଣିଛ ମୋତେ 

ହଁ ତୁମର ମୁଁ ଯେ ପ୍ରେମିକା 

ତୁମ ମନ କିଣି, ଜିଣି ପାରେ ମୁହିଁ 

ସବୁବେଳେ ତୁମର 

ତୁମ ସାଥୀ 

ତୁମ ପ୍ରାଣ 

ତୁମ ସ୍ବପ୍ନ 

ତୁମ ଆରାଧନା 

ତୁମ ଭବିଷ୍ୟତ ତୁମ ବର୍ତମାନ 

ତୁମ ଭାଗ୍ୟ ସହ ଜଡିତ 

ତୁମରି ମୁହଁରେ ସେଇ ଗୋଟାଏ କଥା 

ସେହି ଗୋଟେ କଥା 

ତୁମେ ଜାଣ ମୋତେ ମୋ ଠାରୁ ଅଧିକ 

କେତେ ଅଧିକା?

ମୋ ଶରୀର ଠାରୁ 

ନିଜର ଲୋଲୁପ ଆକଳନ 

ମୋ ନାଭି ଉପରେ ରଖି 

ମାପ ମୋ ସହନଶୀଳତା 

ଦର୍ଘ୍ୟ, ଓସାର ତୁମ ଭାବନା ଅନୁଯାୟୀ 

ତଥାପି ତୁମ ଆକଳନ ଅଧୁରା 

ମୋ ବକ୍ଷକୁ ଛୁଇଁ ଖୋଜ ତୁମେ 

ମର୍ଯ୍ୟାଦାର ପୃଷ୍ଠଭୂମି 

କିନ୍ତୁ କେବେ ଖୋଜିଛ 

କେବେ ପଚାରିଛ ତୁମ ସଂଯମତା ର ଆଧାର 

ମୋ ଆଖିରେ ଆଖି ମିଶାଇ 

ମୋ ଅସହାୟତା କୁ ଭୋଗୀ 

ତୁମେ ଖୋଜ ମୋ ହୃଦୟର ଗଭୀରତା 

ମୋ ଅନ୍ତର ଭିତରେ ଥିବା ଗୋପନୀୟତା 

ମୋ ପଣତରେ ଖୋଜ ପବିତ୍ରତା 

ତଥାପି ଏତେ ଗୁଡ଼ାଏ ଆକଳନ ପରେ 

ତୁମେ ଯେ ନିରୁପାୟ, ଶୂନ୍ୟ ହସ୍ତା 

ମୋର ଆକଳନ ରେ ତୁମେ ଯେ ଅସମର୍ଥ 

ଏତିକି ବୁଝି ପାରିଲ ନାହିଁ 

ମୋ ବକ୍ଷ ରେ ମା ର ଅଗାଢ଼ ମମତା 

ମୋ ନାଭିରେ ବାସ କରେ ଏକ ନବଜାତ ଶିଶୁର ଇଛା 

ମୋ ଆଖିରେ ପିତା ସମାନ ଧର୍ଯ୍ୟ. 

କେବେ ବୁଝିବ, କେବେ ବୁଝିବ 

ହେ ହୃଦୟହୀନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance