STORYMIRROR

Banasmita Panda

Drama Tragedy Fantasy

3  

Banasmita Panda

Drama Tragedy Fantasy

ଆଖି

ଆଖି

1 min
301

ଆଖି ଯେତେବେଳେ

ମାପିନିଏ ଅନ୍ଧକାର

ହଁ ତୁମକୁ ହୃଦୟ ଖୋଜେ

ପ୍ରତିଟି ସ୍ମୃତିରେ ତୁମ ପ୍ରେମ

ତୁମ ଉପସ୍ଥିତି

ତୁମେ ଦେଇଥିବା ପ୍ରତିଟି କଥାରେ 

କିଛି ପାଖେ କିଛି ଦୂରେ

ହସି ଦିଏ ଅତୀତ

ବାସ୍ତବତା ଉପରେ

ଅନ୍ଧକାର କଣ କେବେ ଖୋଜି ପାଏ ଆଲୋକ

ବଢିଚାଲେ ଆହୁରି ଆହୁରି ପ୍ରତିଟି କ୍ଷଣ

ହୃଦୟକୁ କରିଦେଇଛି ଅଲୋଡ଼ା

ତଥାପି ସେ କଣ ଶୁଣେ ମୋର

ବଡ଼ ଅମାନିଆ, ଲୁଚି ଛପି ଖୋଜେ କାଠ ବାକ୍ସ

ଭିତର ତୁମ ଶେଷ ଚିଠି

ଯୋଉଠି ଭାରି ରହିଛି ଭାରୀଏ ପ୍ରତାରଣା

ହାତ ଅଣ୍ଡାଳି ଉଠେ ପ୍ରତିଟି ଅକ୍ଷର ଭିତରେ ତୁମକୁ

ହଁ ସେଇ ମହକ, ସେଇ ସ୍ପର୍ଶ, ସେଇ ଶିହରଣ

ଶୀତେଇ ଉଠେ ସମଗ୍ର ଶରୀର ମୋର

ଥପ୍ କରି ବସିପଡ଼େ ମୁଁ

ହଜିଯାଏ ମୋର ସମ୍ପୂର୍ଣ ଅସ୍ତିତ୍ବ 

ନିଶବ୍ଦ, ଅସହାୟ, ସ୍ଥାଣୁ ସଦୃଶ

ପ୍ରେମ କଣ ଛାଡ଼ିଯାଏ ଅଧା ରାସ୍ତେ 

ଝରି ପଡେ ଅମାନିଆ ଲୁହ ଗୁଡାକ

ପ୍ରତିଟି ଵୁନ୍ଦ କାନେ କାନେ କହି କହି ଯାଏ

ଏଇ ଆଖି ଯୋଡିକ ତୋର ଅନ୍ଧାରର ସାଥୀ

ସବୁ ଚାଲି ପାରନ୍ତି ଅନ୍ଧକାରେ ସାଥୀ ହୋଇ

ତୋତେ ଚାଲିବାକୁ ହେବ ଆହୁରି ଅୟୁତ ଅୟୁତ କୋଷ

ଏକା ହୋଇଯାଇଛୁ ସତ, ହାରି ନାହିଁ ତୁ

ନୁହେଁ ତୁ ଅବଳା, ନୁହେଁ ତୁ ଦୁର୍ବଳl

ତୁ ହେଲୁ ସର୍ବଦା ଶ୍ରେଷ୍ଠ ନାରୀ

ତୋତେ ଆବଶ୍ୟକ ନାହିଁ ଚାଲିବାକୁ ହାତ କାହାରି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama