STORYMIRROR

Banasmita Panda

Drama Romance Inspirational

4  

Banasmita Panda

Drama Romance Inspirational

ଏକ ତରଫା ପ୍ରେମ

ଏକ ତରଫା ପ୍ରେମ

1 min
231


ନିଃସଙ୍ଗତାର ବହଳ ଅନ୍ଧାର ତଳେ

ବଞ୍ଚୁଥିଲି ଆଲୋକର ସନ୍ଧାନେ

ଏତେ ବଡ଼ ସଂସାର କରିଦେଇଥିଲା ଯେମିତି ପର

ପ୍ରେମ ନାମକ ଶବ୍ଦ ଠାରୁ ଦୂରେଇ ଥିଲା ମୋ ହୃଦୟଘର l

ସବୁଦିନ ପରି ସେ, ସେ ଦିନ ମଧ୍ୟ ଥିଲା

ଯେବେ ଦୂର ପ୍ରଥମ ଥର ଏକ ଚାନ୍ଦ ମୁହଁ ସହ ଦେଖାହୋଇଥିଲା l

ଆଖିରେ ସବୁଦିନ ପାଇଁ ବସିଗଲା, ହୃଦୟର ପ୍ରତିଟି ସ୍ପନ୍ଦନ ତାକୁ ଦିନରାତି ଖୋଜୁଥିଲା l

ଶବ୍ଦ ଦୂରୁ ଥିଲା, ଯାହା ଆଖିରେ ଆଖି କିଛି କହୁଥିଲା l

ପ୍ରତିଥର ପରି ତାର ସେଇ ମୁରୁକି ହସ

କଥାକହିବାକୁ ଦେଉଥିଲା ମୋତେ କିଛି ସାହସ l

ମନ ମନେ କେତେ ସପନ ବୁଣୁଥିଲି

କିନ୍ତୁ ଏକ ତରଫା ପ୍ରେମ ପାଇଁ ଡରୁଥିଲି l

ପ୍ରତିଟି ସକାଳ ଖୋଜେ ଆଖି ତାକୁ 

ପ୍ରତିଟି ରାତି ସପନରେ ଦେଖେ ତାକୁ l

ପ୍ରେମ ଅନ୍ଧ ବୋଲି ଜଗତ ସାରା କୁହଇ

ଆଜି ନିଜେ ଅଙ୍ଗେ ଭୋଗଇ l

ଦିନେ ସାହସ ବାନ୍ଧିଲି,

ହୃଦୟକୁ ଅନେକ କିଛି କହି ବୁଝାଇଲି l

ହୃଦୟ କହୁଥିଲା ହଁ ସେ ତୋ ପ୍ରେମ ବୁଝିବ

ମସ୍ତିଷ୍କ କହୁଥିଲା କିଏ ଜାଣେ ଏକ ତରଫା ପ୍ରେମ ତୋର, ଫଳ କଣ ହୋଇବ?

ସାହସ କରି ତାକୁ ଦେଖାକରିବାକୁ ଏକାନ୍ତକୁ ଡକାଇଲି

ବନ୍ଧୁ ଭାବି ସେ ମୋ ବିଶ୍ୱାସରେ ହଁ ଭରିଲା

ଆଜି ହୃଦୟର ଭାଷା ସବୁ କହିଦେବି ଭାବିଲି

ଫିଲ୍ମ ଦେଖି ଗୋଲାପ ଗୋଟେ ଆଣିଲି

କିଛି ଦେଖା କିଛି କଥା ହୋଇଲା

ତଥାପି ହୃଦୟ ପ୍ରେମ ପ୍ରସ୍ତାବ ପାଇଁ ଡରିଲା

କିଛି କଥା ଆଗକୁ ବଢୁ ସେ କିଛି କହିଲା

ନାଲି ଲଫାପାଟିଏ ହାତକୁ ବଢ଼ାଇ କହିଲା 

ସାତ ଦିନ ପରେ ତାର ବିଭାଘର, ନିମନ୍ତ୍ରଣ ରହିଲା.

ହୃଦୟ ମୋର ଭାଙ୍ଗିଗଲା

ତଥାପି ମନ ମୋର ଖୁସି ଥିଲା

ସେ ମୋତେ ପ୍ରେମର ମୂଲ୍ୟ ବୁଝାଇ ସାରିଥିଲା

ତା ଖୁସିରେ ମୁଁ ଖୁସି

ଏହି ଯେ ପ୍ରେମର ସଂଜ୍ଞା

ସମର୍ପଣ, ତ୍ୟାଗ ଭାବ ରଖ

ଜୀବନ ଗଢିବା ଶିଖ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama