STORYMIRROR

Banasmita Panda

Abstract Classics Inspirational

3  

Banasmita Panda

Abstract Classics Inspirational

ପ୍ରଭୁ ତୁମ ଉପସ୍ଥିତି

ପ୍ରଭୁ ତୁମ ଉପସ୍ଥିତି

1 min
286


ହେ ପ୍ରଭୁ 

ମୁଁ ଯେ ଛାର ମନୁଷ୍ୟ 

କି ଆକଳନ କରିବି 

ତୁମର ଉପସ୍ଥିତି କୁ ନେଇ 

ତୁମରି ସୃଷ୍ଟି ଏ ଜଗତ 

ତୁମରି ଦୟାରେ ଏ ସମସ୍ତ ଜଗତ 

ତୁମରି ଲୀଳା ରେ ଚାଲେ ଏ ସଂସାର 

ତୁମେ ଯେ ନିରାକାର 

ତୁମେ ଆଦି, ତୁମେ ଅନନ୍ତ 

ତୁମେ ଯେ କଲ୍ୟାଣ, ତୁମେ ଯେ ଶକ୍ତି 

ଜଳରେ ରହିଛ ପ୍ରଭୁ 

ସ୍ଥଳରେ ରହିଛ 

ଆକାଶେ ରହିଛ 

ପାତାଳେ ରହିଛ 

ବକ୍ଷରେ ରହିଛ ପ୍ରଭୁ 

ଅକ୍ଷରେ ରହିଛ 

ବିନ୍ଦୁରେ ରହିଛ ପ୍ରଭୁ 

ସିନ୍ଧୁରେ ରହିଛ 

ଅନ୍ତରେ ରହିଛ ପ୍ରଭୁ 

ବାହାରେ ରହିଛ 

କାଠରେ ରହିଛ ପ୍ରଭୁ 

ପାଠରେ ରହିଛ 

ନିଆଁରେ ରହିଛ ପ୍ରଭୁ 

ଧୂଆଁରେ ରହିଛ 

ଖରାରେ ରହିଛ ପ୍ରଭୁ 

ଛାଇରେ ରହିଛ 

ତୁଣ୍ଡରେ ରହିଛ ପ୍ରଭୁ 

ମୁଣ୍ଡରେ ରହିଛ 

ମନରେ ରହିଛ ପ୍ରଭୁ 

ଆତ୍ମରେ ରହିଛ 

ଜୀବରେ ରହିଛ ପ୍ରଭୁ 

ପ୍ରାଣରେ ରହିଛ 

ତୁମ୍ଭେ ଯେ ମହାବାହୁ 

ସର୍ବତ୍ର ରହିଛ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract