STORYMIRROR

Banasmita Panda

Romance Classics Fantasy

3  

Banasmita Panda

Romance Classics Fantasy

ଜହ୍ନ

ଜହ୍ନ

1 min
285


ସ୍ମୃତିର ଆଇନାରେ ଆଖି ଭରି ଦେଖେ

ନଡ଼ିଆଗଛ ପତ୍ର ଫାଙ୍କରୁ ସେ ଜହ୍ନକୁ

ସତିକା ପ୍ରିୟା ତୁମେ ଡାକ ମଧୁର ଆଲିଙ୍ଗନକୁ!!


କଥା ଦେଇ ଯାଇଥିଲ ଶୀଘ୍ର ଫେରିବାକୁ

ଯେପରି ପ୍ରତିଟି ପୂର୍ଣ୍ଣ୍ଣମୀରେ ଜହ୍ନ କରେ କଇଁ କୁ 

ତଥାପି ଅସହାୟତା ବୋଧ ଦୂରତାର

ମୋ ପ୍ରେମ ଖୋଜେ କାରଣ ତୁମ ବିଳମ୍ବପଣର!!


ଆକାଶେ ଅନେକ ତାରା

ସତିକା ଜୀବନେ ଅନେକ ସମ୍ପର୍କ ଭରା

ଜହ୍ନ ପରି ଶୀତଳତା କାହାର

କଣ୍ଟକିତ ଏ ଜୀବନ ପଥ

ପ୍ରିୟା ତୁମ ପ୍ରେମ ଭରା ଶୀତଳ ସ୍ପର୍ଶରେ

ପୁର୍ଣ୍ଣ ଅସ୍ତିତ୍ବ ମୋର ବିଭୋର!!


ଋତୁ ପରେ ଋତୁ ଆସଇ

ଜହ୍ନ ସେ ନୀଳ ଆକାଶେ ତାରାଙ୍କ ମେଳରେ

ବସି ହସଇ

ବୁଝି ପାରେନି କଇଁର ମନକଥା

ସତେ ଯେପରି ତୁମେ ନବୁଝ ମୋ ମନର ବ୍ୟଥା!!


ବିରହର ଦୁଃଖରେ କଇଁ ଯେପରି ଝାଉଁଳି ପଡଇ

ଅମାବାସ୍ୟା ଭରିଦିଏ ବହଳ ଅନ୍ଧାର

ପ୍ରିୟା ତୁମେ ଆଉ କର ନାହିଁ ଡେରି

ଆସି ଏ ଜୀବନେ ଭରି ଦିଅ ଉଜ୍ୱଳ ପୂର୍ଣ୍ଣ୍ଣିମା ପରି!!


କାହୁଁ କେତେ ଯୁଗର ପ୍ରେମ ଜହ୍ନ, କଇଁ ର

ତଥାପି ମିଳନର ତୃଷ୍ଣା ବାକି ପଡିଛି

ସତେ ଯେପରି ତୁମର,ମୋର ପ୍ରେମ ମିଳନ

ଆହରି ଅନେକ ଦୂର ବାକିପଡ଼ିଛି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance