STORYMIRROR

Banasmita Panda

Tragedy Inspirational

4  

Banasmita Panda

Tragedy Inspirational

ମୁଁ ବିଜୟିନୀ

ମୁଁ ବିଜୟିନୀ

1 min
270

ବିଜୟିନୀ ମୁଁ 

କୌଣସି ପ୍ରତିଦ୍ୱନ୍ଦୀ ପାଖେ ନୁହେଁ 

ଜୀବନର ସଂଘର୍ଷମୟ ପଥେ 

ଲୋଡ଼ା ନାହିଁ ମୋର କୌଣସି ପୁରସ୍କାର 

ବାଃ ବାଃ ଗୋଟାଇବାର ଅଧିକାର 

ଲଢେଇ ମୋର ନାହିଁ କାହା ସାଥେ 

ଯୁଦ୍ଧ ମୋର ମୋ ନିଜ ସାଥେ 

ଏ ତ ଯୁଗ ଯୁଗର ସଂସ୍କାର 

ନାରୀଟିଏ ମୁଁ, ମୋର ପୁଣି କି ଅଧିକାର ବଞ୍ଚିବାର, 

ବିହଙ୍ଗ ସଦୃଶ ଉଡିବାର,

ପୁରୁଷମୟ ସମାଜରେ ଚାଲିବାର...... 

କିପରି ପ୍ରାପ୍ତି କଲି ମୁଁ ଅଧିକାର? 

କିଏ ଦେଲା ଏ ଅଧିକାର? 

ମୋତେ ଜୀବନ ବଂଚିବାକୁ, ଚେନାଏ ହସିବାକୁ 

ମାଗିବାକୁ ପଡେ କିଛି ନିଃଶ୍ୱାସ

ଧାର ଆଣିଥାଏ କିଛି ଜୀବନ 

ସେ ସୃଷ୍ଟିକର୍ତ୍ତା ଠାରୁ  

ଝିଅ ଲୋଡ଼ା ନାହିଁ କାହାର......

ନା ମୁଁ ମାନେ ନାହିଁ ଏ ଅମାନିଆ ଅନ୍ଧକାରକୁ  

ମୁଁ ମାତୃତ୍ୱ, ମୁଁ ଜାୟା, ମୁଁ ଭଗିନୀ, ମୁଁ ସୀତା, ମୁଁ ଦ୍ରୌପଦୀ, ମୁଁ ଅହଲ୍ୟା, ମୁଁ ଗାନ୍ଧାରୀ, ମୁଁ କୁନ୍ତୀ 

ମୁଁ ରାଣୀ ଲକ୍ଷ୍ମୀବାଇ, ମୁଁ ଟେରେସା, ମୁଁ ଲକ୍ଷ୍ମୀ, ମୁଁ ଦୂର୍ଗା 

ଯୁଗେ ଯୁଗେ ପ୍ରମାଣିତ ମୋ ଅସ୍ତିତ୍ବ 

ମୁଁ କାତ୍ୟାୟିନୀ, ମୁଁ ବିଜୟିନୀ....... 

ମୁଁ ସୃଷ୍ଟି, ମୁଁ ବିଲୁପ୍ତl 

ତଥାପି ଏ ସମାଜ କରେ ମୋତେ ପ୍ରଶ୍ନ 

ମୋ ଅସ୍ତିତ୍ୱ, ମୋ ଜନ୍ମ, ମୋ ମୃତ୍ୟୁ ଉପଲକ୍ଷେ 

ଆଉ ଯୁଗେ ଯୁଗେ ପ୍ରଶ୍ନ ଅନେକ 

ଉତ୍ତର ସେଇ ଗୋଟେ 

ମୁଁ ବିଜୟିନୀ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy