STORYMIRROR

Surjyakanta Dash

Romance

4  

Surjyakanta Dash

Romance

ମୋ ପ୍ରିୟାର କବିତା

ମୋ ପ୍ରିୟାର କବିତା

1 min
318


ଦୂର ପରବତ ସୁନ୍ଦର ଦିଶେନା

ପାଖେ ଥିଲେ ମୋର ପ୍ରିୟା

ଭାବର ଭାଷାକୁ ଉତ୍ତାରି ଦେବାକୁ

ମନେ ଲାଗିଗଲେ ଓଠ ପ୍ରିୟା ।୧।


ଦୂରେଇ ଯାଆନ୍ତି ମନ ଅକ୍ଷର ସବୁ

ଖାଲି ଅଢେଇ ଅକ୍ଷର ସ୍ପର୍ଶ

ବେଢେଇ ଯାଏ ମୋ ଦେହରେ ଖାଲି

ପ୍ରିୟା ଆଲିଙ୍ଗନ ଉତ୍ସ ।୨।


ଉର୍ଦ୍ଧ୍ବ ମୁଖି ହୋଇ ମୋ ସ୍ବପ୍ନ ର ଗୁଡି

ଦୂର ରାଇଜର ବାର୍ତ୍ତା ଦିଏ

ସେତିକି ବେଳେ ମୋ ମନର କବିତା

ସାଧା କାଗଜରେ ଲେଖିଯାଏ ।୩।


ଅଶାନ୍ତ ମନରେ ଶାନ୍ତିର ପ୍ରତିଭା

କ୍ଷଣେ ଉଦ୍ଭାସିତ ହୁଏ

ଭଙ୍ଗା ମନଟା ଯୋଡ଼ି ହୋଇଯାଇ

କବିତା ଆଇନା ହୁଏ ।୪।


ମାନ ଅଭିମାନ ସବୁ ହୋଇଯାଏ

କବିତା ଅକ୍ଷର ସବୁ

ସେଇ ବୋଧେ ମୋ ପ୍ରିୟାର କବିତା

ଭଲ ପାଇବାତ ସବୁ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance