STORYMIRROR

Surjyakanta Dash

Romance Tragedy

3  

Surjyakanta Dash

Romance Tragedy

ନଷ୍ଟ ଜହ୍ନ ରାତ୍ରି

ନଷ୍ଟ ଜହ୍ନ ରାତ୍ରି

1 min
213


ଜୀବନ ଯେବେ ଶୋଇଯାଏ

ସ୍ୱପ୍ନ ପୁଣି ହଜିଯାଏ

ଝରକା ସେପାଖରେ

ଠିକ୍ ବାରିହୁଏ

ସେଦିନର ଜହ୍ନ ରାତ୍ରି ପରି

ଆଉ ପୁଣି ଦେଖାହୁଏ

ନିରବୀ ରହିଥିବା

ଖୋଦ୍ ଆପଣାର ଜହ୍ନ,

ସେଦିନ ପରି ଆଜି ବି ଅସ୍ପଷ୍ଟ

ତୁମର ଠିକଣା

ଦୃଶ୍ୟ ହୁଅ ପୁଣି ଅଦୃଶ୍ୟ

ଶୁଣାଯାଏ ପୁଣି ଖଟ୍ ଖଟ୍

ଅତି ନିଜର ଭାରି ଆପଣାର

ତୁମର ସେ ପାଦ ଶବ୍ଦ

ପ୍ରତିଶ୍ରୁତି ସବୁ ଆବଦ୍ଧ

ମୋ ଅଛୁଆଁ ଇଲାକାରେ

ଠିକ୍ ବୁଦ୍ଧି ଅସୁରୁଣୀର ଆତ୍ମା ପରି

ହୃଦୟ କାଠ ବାକ୍ସ ଭିତରେ,

ତୁମେ କି ସୁନାର ଅସରପି ସନ୍ଧାନରେ

ତଥାପି ମୁଁ ଜାଣିନି ?

ମୁଁ ତ ମାଟିର କଣ୍ଢେଇଟିଏ

ସମର୍ପି ଦେଇଥିଲି ତୁମକୁ

ନିଜର ସମର୍ପଣତାରେ ଖୁସି

ତୁମେ ପିନ୍ଧାଇ ଦେଇଥିବା

ରଜନୀଗନ୍ଧା ହାର

କେବେଠୁ ମଉଳି ଗଲାଣି

ତଥାପି ତୁମ ଦେହର ବାସ୍ନାରେ

ମୁଁ ବାସ୍ନାୟିତ,

ତୁମେ ଛାଡିଯାଇଥିବା ଚିହ୍ନ

ଏବେ ବି ମୋ ଦେହର

ଶୋଭା ବହନ କରେ

ତଥାପି ମୁଁ ବଞ୍ଚିଛି ନିତିଦିନ

ସେହି ନଷ୍ଟ ଜହ୍ନ ରାତ୍ରି ନିନ୍ଦାର

ବାଜା ଶୁଣି ଶୁଣି

ଏବେ ବି ଗୁଞ୍ଜରିତ ହୁଏ

ମୋ କାନ ପାଖେ

ତୁମ କୋମଳ ଗାନ୍ଧାରର ସ୍ୱର

ଆଜି ପୁଣି ସେହି ଜହ୍ନ ରାତ୍ରି

ସେଇ ପାନ୍ଥଶାଳା

ଝରକା ସେପାଖରେ ସେହି ତୋଫା ଜହ୍ନ

ଦେହରେ ପ୍ରେମ ଶୀହରଣ

ହେଲେ ତୁମେ ନାହିଁ

ତୁମେ ନାହିଁ ପ୍ରିୟ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance