STORYMIRROR

Surjyakanta Dash

Classics

2  

Surjyakanta Dash

Classics

ଦୀପାବଳି

ଦୀପାବଳି

1 min
161


ଜାଲୁଛି ଦୀପାଳି ମୁଁ ଆଜି ବନ୍ଧୁ

ତୁମ ସମସ୍ତଙ୍କ ପାଇଁ,

ମାଗୁଛି ମୁଁ କାଳୀଙ୍କ ଚରଣରେ

ସମସ୍ତଙ୍କ ସୁଖ ମନାସିବା ପାଇଁ ।।

ଦିପାଲିର ଏହି ହେଉ ଶ୍ରେଷ୍ଠ ଦୀପ

ତୁମ ଆଗାମି ଜୀବନର,

ହରି ନେଉ ସବୁ ଦୁଃଖ କଷ୍ଟ

ସଂସାର ଆଉ ବାହାର ଦୁନିଆର ।।

ଦିପ ଭଳି ଜଳି ଜଳି ହରି ଯାଉ

ସମସ୍ତଙ୍କ କଷ୍ଟ ଦୁଃଖ ,

ସଂସାରେ ପାଆନ୍ତୁ ସମସ୍ତେ ସୁଖ

ନ ରହୁ କାହା ମନରେ ଦୁଃଖ ।।

ଏହି ଦୀପାବଳି ଆଣୁ ସମସ୍ତଙ୍କ ପାଇଁ

ସାରା ସୁଖର ପସରା ,

ହରି ନେଉ ଏହି ମହି ମଣ୍ଡଳରୁ

ଯେତେ କାହାଣୀ ଲୁହ ଭରା ।।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics