STORYMIRROR

Amarananda Nayak

Abstract Classics

4  

Amarananda Nayak

Abstract Classics

ତମେ ଓ ମୁଁ !

ତମେ ଓ ମୁଁ !

1 min
394


ତମେ ସ୍ରଷ୍ଟା_____ମୁଁ ମାତ୍ର ସୃଷ୍ଟି ।

ତମେ ସର୍ବ ଦ୍ରଷ୍ଟା____ମୁଁ ସିମୀତ ଦୃଷ୍ଟି। 

ତମେ ନିରାକାର_____ମୁଁ କ୍ଷୁଦ୍ରାକାର। 

ତମେ ମହାକର୍ଷଣ ___ମୁଁ ଆକର୍ଷିତ ରନ୍ଧ୍ର। 

            (୨) 

ତମେ ଶାଶ୍ୱତ ପ୍ରେମ____ମୁଁ କ୍ଷଣ ବିଭ୍ରମ। 

 ତମେ ପରମବ୍ରହ୍ମ___ମୁଁ ମାଟି ଅଧମ। 

ତମେ କାଳାତୀତ ___ମୁଁ ଭୂଲୁଣ୍ଠିତ। 

ତମେ ଅନାଦି ଅନନ୍ତ ___ମୁଁ ନିମିଷେ ଅନ୍ତ। 

          (୩) 

ତମେ ମହାଦାନୀ_____ମୁଁ ବଡ ଋଣୀ 

ତମେ ସର୍ବଶକ୍ତିମାନ__ମୁଁ ମାତ୍ର ଅଭିମାନୀ

ତମେ ସୁକ୍ଷ୍ମାତି ସୁକ୍ଷ୍ମ ____ମୁଁ ସ୍ଥୁଳାତି ସ୍ଥୁଳ।

ତମେ ସର୍ବମଗଂଳ___ମୁଁ ମହାକାଳ ଫଳ। 

         (୪) 

ତମେ ନିର୍ବିକାର ___ମୁଁ ସର୍ବ ବିକାର। 

ତମେ ଅଜର ଅମର ___ମୁଁ ଅଧିର ଅସ୍ଥିର। 

ତମେ ଅବର୍ଣ୍ଣନୀୟ ___ମୁଁ ମାତ୍ର ବର୍ଣ୍ଣିିତ।

 ତମେ ଅନିନ୍ଦ୍ୟ ସୁନ୍ଦର __ମୁଁ ଭ୍ରମରେ ମତ୍ତ 

          (୫) 

ତମେ ମହା ସୁଖ ____ମୁଁ ମହା ଦୁଃଖ। 

ତମେ ଶୋକାତୀତ ___ମୁଁ ଯୁକ୍ତ ଶୋକ। 

ତମେ ମହାଦ୍ଯୁତି____ମୁଁ ମିଞ୍ଜି ମିଞ୍ଜିବତୀ। 

ତମେ ନିିର୍ବାଣ ଶକ୍ତି ___ମୁଁ ସମସ୍ତ ଅଶାନ୍ତି। 

          (୬) 

ତମେ ମହାକାଳ____ମୁଁ ସଂସାରର ଖେଳ

ତମେ ସୁଦକ୍ଷ ବିନ୍ଧାଣୀ___ମୁଁ ମହୀ ତାଳ। 

ତମ ଭିତରେ ମୁଁ___ମୋ ଭିତରେ ତବାଂଶ

ତବ ଅଂଗେ ତଲ୍ଲୀନ କର___ମୋର ଶେଷ

ଅଭିଲାଷ। 


Rate this content
Log in

Similar oriya poem from Abstract