ଅସହାୟ ଜୀବନ ସରଣୀ
ଅସହାୟ ଜୀବନ ସରଣୀ
ଜୀବନର ଚଲାବାଟ
କେତେ ଖାଲ କେତେ ଯେ ଉଠାଣି
କାହିଁକି ଯେ ବାରମ୍ବାର ଝୁଣ୍ଟୁଥିଲି
ଏଯାଏ ମୁଁ ପାରୁନାହିଁ ଜାଣି I
କିମ୍ପାଇଁ ଦୁର୍ଦ୍ଦଶା ମୋର
କେ ଜାଣିଛ କୁହ ମୋତେ କୁହ
କି ଦୋଷ ମୁଁ କରିଥିଲି
ବଞ୍ଚେ ଆଜି ପିଇ ପିଇ ଲୁହ I
ଜୀବନର ସବୁ ସୁଖ ମୋ ପାଖରୁ
କେ ନେଲା ଛଡାଇ
କିମ୍ପାଇଁ ଅନାଥ ପରି ଘୁରିବୁଲେ
ଜାଣ ଯଦି ଦିଅ ଥରେ କହି I
ମୋ ସୁଖ ବା ଦୁଃଖ ଯେତେ
ନିଜର ହିଁ ଥିଲା
କେଉଁଥି ପାଇଁକି କୁହ
ମୋ ପାଖରୁ ସବୁ ହଜିଗଲା I
ନିରିହ ଜୀବଟେ ମୁଁ ତ
ନିଜ ସୁଖେ ନିଜ ଦୁଃଖେ ଥିଲି
କିଆଁ କିଏ ମନକଲା
ମୋ ରକ୍ତରେ ଖେଳିବାକୁ ହୋଲି I
ବଡ ଅସହାୟ ମୁଁ ଯେ
ପାଉନାହିଁ ଚାଲିବାର ବାଟ
ସତେ କଣ ଏବେ ସୁଦ୍ଧା କେହିଜଣେ
ମୋ ସହିତ କରୁଛି କପଟ ?
