STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପବିତ୍ର ମାତୄ ଦିବସ

ପବିତ୍ର ମାତୄ ଦିବସ

1 min
242


କି ଦେଇ ପୂଜିବି ତୁମଙ୍କୁ ଜନନୀ

ତୁମେ ମୋର ସର୍ଭେଶ୍ବରୀ

ତୁମ ବିନୁ ମୋର ଅସ୍ତିତ୍ୱ ନାହି ହିଁ                 

ପ୍ରାଣେ ମୋର ସର୍ବୋପରି।          


ଯାହା ଭି କରିବି ନିଅଁଟ ହୋଇବ

ଜୀବନ ଦାତ୍ରୀ ହିଁ ତୁମେ

କେତେ କଷ୍ଟ ସହି ମଣିଷ କରିଛ

ଜୀବନ ଆଧାର ତୁମେ ।


ଦଶ ମାସ ଗର୍ଭେ ଧରିଣ ଜନନୀ

ଭୂମିରେ ଆଣିଲ ତମେ,

ଅଭାବ ଯନ୍ତ୍ରଣା ସହି ପୁଣି ମତେ

ମନୁଷ୍ୟ କରିଲ ତମେ।


ପୂଜନ ଦିବସ ଆସିଅଛି ମାତା

ଚରଣ ପୂଜିବି ତୁମ,

ଆଶୀର୍ବାଦ କର ମତେ ଗୋ ଜନନୀ

ଚରଣ ସେବିବି ତୁମ।


ଜ୍ଞାନ ଦେଲୁ ମାତା ଜୀବନ ଯାତ୍ରାରେ

ସତ୍ୟଗାମୀ ହେବା ପାଇଁ,

କର୍ମର ପ୍ରେରଣା ଜଡ଼ିତ କରିଲୁ

ନିସ୍ବାର୍ଥ କର୍ମର ପାଇଁ।


ଜୀବନ ପ୍ରଯତ୍ନ ନିଅଁଟ ହୋଇବ

ସୁଜି ନ ପାରିବି ଋଣ,

ଶକ୍ତିଶାଳୀ କର ଜୀବନ ପଥକୁ

ସୁଜିବି କିଛିହିଁ ଋଣ।


ତବ ବିନୁ ନାହିଁ ଜୀବନର ମୂଲ୍ୟ

ଜୀବନ ଶକ୍ତିହିଁ ତୁହିଁ,

ତହରୀ କରୁଣା ନିଅଁଟ ହୋଇଲେ

ମତିଭ୍ରମ ହେବି ମୁହିଁ।


ସର୍ବୋପରି ତୁହି ଜୀବନ ଯାତ୍ରାରେ

ଜୀବନେ ଆରାଧ୍ୟ ତୁହି,

ତବସେବା ବିନୁ ଗତି ନାହିଁ ମୋର

ଜୀବନ ଦାୟୀନି ତୁହି।


ସ୍ବୀକାର କରହେ ଜନନୀ ମୋହର

ଅନ୍ତର୍ଭୁକ୍ତ ଭକ୍ତି ମୋର,

ଆଶିର୍ବାଦ କର ସନ୍ତାନେ ତହର

ନିତ୍ୟେ ସେବୁ ଥାଉ ତୋର।


ମାତୄ ଦିବସ ହିଁ ଚରିତାର୍ଥ ହେଉ

କୋଟି ପ୍ରଣିପାତ ମୋର,

ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ସମସ୍ତ ମାତାଙ୍କୁ ମୋର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract