STORYMIRROR

Anupama Sahu

Abstract

4  

Anupama Sahu

Abstract

ଗଢିବା ପୃଥିବୀ ନୂଆ

ଗଢିବା ପୃଥିବୀ ନୂଆ

1 min
171

ଦିନୁ ଦିନ କଷ୍ଟ ଅସହ୍ୟ ହେଲାଣି 

  ତାପମାତ୍ରା ଚାଲେ ବଢି

ପୃଥିବୀ ଗ୍ରହରେ  ହାହାକାର ଶୁୁଭେ 

  ଜୀବନ ଯାଉଛି ସଢି।


ନିଜ  ସ୍ୱାର୍ଥ ପାଇଁ  ମଣିଷ ଜାତିଟା 

  ଗଛ କାଟେ ଅବିରତ 

ବୃକ୍ଷର ବିହୁନେ  ଏ ସାରା ଜଗତ 

   ଧ୍ୱଂସ ହେବ ଦିିନେ ସତ।


ବେଳହୁଁ ସଜାଗ ଯଦି ନ  ହୋଇବା 

  ଗଣିବା ପ୍ରମାଦ ଆମେ

ଆମ ଆଖି ଆଗେ ଆମରି ସଂସାର 

  ନ ରହିବ ଧରା ଧାମେ।


ଗଛ ଲଗାଇବା  ସୃଷ୍ଟି ବଞ୍ଚାଇବା

  ଏହାହିଁ ଶପଥ କର

କାହିଁକି ବୁଝୁନ ମଣିଷ ଭାଇହେ

  ନିଜ ଗୋଡେ ଚୋଟ ମାର।


ବୃକ୍ଷ ଯେ ଆମର ସଖା ସହୋଦର 

  ସଦା ଥାଏ ଆମ ହିତେ 

ଏନ୍ତୁଡି ଶାଳରୁ ଶମଶାନ ଯାଏ

   ରହେ ସେ ଆମ ସହିତେ ।


ପତ୍ର,ଫୁଲ, ଫଳ, ଚେର, ମୂୂଳ,ଛାଇ 

  କାଠ,ଜାଳ ପୁଣି ଦିଏ 

ବିପଦେ ଆପଦେ ସାହା ହୋଇଥାଏ 

  ପରମ ମିତ୍ରଟି ସିିିଏ।


ଜାବୁଡି ଧରଇ ମାଟିକୁ ଚେରରେ

  ଧୋଇବନି ବର୍ଷା ଜଳ

ଅମ୍ଳଜାନ ତାଙ୍କ ପରାଣ ଆମର

  ବାଣ୍ଟି ଥାନ୍ତି ସବୁ କାଳ।


ଧୂଳିକଣା ଯେତେ ପତରେ ରଖନ୍ତି 

  ଶୁଦ୍ଧ ପରିବେଶ ପାଇଁ 

ମରୁୁଡ଼ି ଦୁର୍ଭିକ୍ଷ ରୋକିଥାନ୍ତି ପୁଣି 

  ବରଷା କାରଣ ହୋଇ।


ଗଛ ନ କାଟିବା ଜଙ୍ଗଲ କରିିବା

  ଗଢିବା ପୃୃଥିବୀ ନୂଆ 

ନୂଆ ଜୀବନର ଆଲୋକ ଦେଖିବା 

  ଦେଖାଇବା ନୂଆ ରାହା।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract