Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Others

4  

Prabhati Mahapatra

Abstract Others

ରାଜମାତା

ରାଜମାତା

1 min
244



ରାଜକାର୍ଯ୍ୟେ ରାଜା ଲିପ୍ତ

ଗୃହେ ରାଜା ରାଣୀ

ଯେସନେ କାଞ୍ଚନ ଧରି 

ନଜାଣେ ମୃଗୁଣୀ ।


ପ୍ରଜା ହୃଦେ ମାତୃରୂପା 

ଶ୍ରେଷ୍ଠା ରାଜମାତା

ଯାହାଙ୍କ କୃପୟା ବଳେ

ପରଜାଙ୍କ ସତ୍ତା ।


ଅହିତକାରୀକୁ ଯେବେ 

ନୃପତିଙ୍କ ଶାସ୍ତି

ଲକ୍ଷ୍ମୀ ସ୍ବରୂପିଣୀ ମାତା

ଦୟାରୁ ଆଶ୍ୱସ୍ତି ।


ଆସ୍ଫଳନ କିବା ଅହଂ

କରେ ନାହିଁ ସ୍ପର୍ଶ

ନିନ୍ଦିତ ନୁହଁନ୍ତି ସେତ

ଜନ ଗଣ ପାର୍ଶ୍ଵ ।


ଶୁଦ୍ଧ ଚିତ୍ତେ ହର୍ଷ ମୁଖ

ମହାନ୍ ଉଦାର

ଚଳନେ ଲକ୍ଷ୍ମୀ ବିରାଜେ

ସ୍ବର୍ଣ୍ଣ ସରୋବର ।


ସାତ ମାତା ସଙ୍ଗେ ଯୁକ୍ତ

ନାମ ରାଜମାତା

ରାଇଜେ ପରଜା ପାଳି 

ଭାଗ୍ୟ ହର୍ତ୍ତା କର୍ତ୍ତା ।


ରାଜମାତା ଚରଣରେ

କୋଟି ନମସ୍କାର

ତାଙ୍କ କୃପା ବଳେ ଲିଭୁ

ରାଜ୍ୟରୁ ଅନ୍ଧାର ।



Rate this content
Log in