STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ବିଶ୍ଵ ମାତୃ ଦିବସ

ବିଶ୍ଵ ମାତୃ ଦିବସ

1 min
151

  ସେ ଆମ ବିଶ୍ଵାସ

  ସେ ଆମ ଶ୍ଵାସ ପ୍ରଶ୍ଵାସ

 ଜନ୍ମ ଜନ୍ମାନ୍ତରର

  ସୁଖ ଦୁଃଖର ଚିରସାଥୀ

  ଯା ପାଇଁ ଆମେ

   ଜୀବନେ ଉଡାଏ

     ବିଜୟର ଯଶ ।

  ସେ ଆମ ଆଶା ଆକାଂକ୍ଷାର

  ସର୍ବମୟୀ କର୍ତ୍ତ୍ରୀ

  ସେ ଆମ ସାହା ଭରସା

  ଆମ ବିଶ୍ଵାସ

  ସେ ଅଟେ ଆମ ସଭିଙ୍କର

  ଜନନୀ, ଜନ୍ମଦାତ୍ରୀ, 

  ପାଳନ କର୍ତ୍ତ୍ରୀ

  ଶାନ୍ତି, ମୁକ୍ତିର ପଥ ପ୍ରଦର୍ଶକ

  ପ୍ରତି ପଦକ୍ଷେପର

  ପ୍ରତିଟି ବିଚାର ଅଟେ ତା'ର

  ଆମ ପାଇଁ ଆଶିଷ

 ତା ଲାଗି ପାଳିବା ଆସ

  ଆଜି ବିଶ୍ଵ ମାତୃ ଦିବସ ।

 ପ୍ରତି ବର୍ଷ ମଇ ମାସ

  ଦ୍ଵିତୀୟ ରବିବାର

  ପାଳିତ ହୁଏ ଆମ ଭାରତେ

  ଏ ମାତୃ ଦିବସର

 ସନ ଉଣେଇଶ ଆଠ

 ଆମେରିକାର ଆନ୍ନା ଜାର୍ଭିସ୍ନା

  ମ୍ନୀ ମହିଳା

  ବିଶ୍ଵ ବାସୀଙ୍କୁ ପଢାଇଲେ

  ପ୍ରଥମେ ଏ ମାତୃ ଦିବସ

  ପାଳନର ପାଠ

 ତାଙ୍କ ମାତାଙ୍କର

  ଶେଷ ଇଛା ଥିଲା ଏହା

  ମାତା ମାନଙ୍କ ପାଇଁ

  ଏକ ଦିବସର

  ନାମକରଣ ଓ ସମର୍ପଣ

   କରିବାକୁ ଯାହା ।

ପ୍ରତି ବର୍ଷ ମାର୍ଚ୍ଚ ମାସ

  ଚତୁର୍ଥ ରବିବାରେ

 ଇଂଲଣ୍ଡ ଦେଶେ

  ଏହା ହୁଏ ପାଳିତ

  ଗ୍ରୀସ୍ ଦେଶେ 

  ଏହି ମାତୃଦିବସ

  ଫେବୃୟାରୀ ଦୁଇ ତାରିଖେ

   ହୁଏ ପାଳିତ

 ଏହି ଦିବସେ ପରିବାରେ

 ସନ୍ତାନମାନେ ହୁଅନ୍ତି 

   ଖୁସି ତଥା ଉତ୍ସାହିତ ।

  ମାଆ ଅଟେ

 ସ୍ନେହ, ପ୍ରେମ, ଧୈର୍ଯ୍ୟ,

  ଶିକ୍ଷା ଓ ସଂସ୍କାରର ପ୍ରତୀକ

  ତାକୁ ସ୍ନେହ, ଶ୍ରଦ୍ଧା ଓ

  ଭଲପାଇବା ଆମେ ପ୍ରତ୍ୟେକ

 ମାଟି ଓ ଆକାଶର

  ସମନ୍ବୟ ସେହି

  ସେ ମମତାମୟୀ,

   ସ୍ନେହମୟୀ, ଜ୍ଞାନମୟୀ,

  ଧ୍ୟାନ ମୟୀ, ପ୍ରଗତିମୟୀ

   ଅଟେ ଧୈର୍ଯ୍ୟଶୀଳା, ସହିଷ୍ଣୁ

   ସମ ଆମ ମହୀ ।

  ଆମ ବିଶ୍ଵାସ

  ଆମ ଶ୍ଵାସ ପ୍ରଶ୍ଵାସ

  ଜନ୍ମଜନ୍ମାନ୍ତରର ସୁଖଦୁଃଖର

   ଚିର ସାଥୀ

  ଯା ପାଇଁ ଆମେ 

   ଜୀବନେ ଉଡାଏ

    ବିଜୟର ଯଶ

   ତା'ର ସମ୍ମାନାର୍ଥେ 

  ପାଳିବା ଆସ ଆଜି ଆମ

  ସମସ୍ତଙ୍କର ପ୍ରିୟ ବିଶ୍ଵ ମାତୃ ଦିବସ ।

  ଶାନ୍ତି, ମୈତ୍ରୀ, ପ୍ରୀତି ଓ ପ୍ରଗତିର

     ପ୍ରତୀକ ଭାବେ

  ସମଗ୍ର ମାନବ ସମାଜକୁ

  ବାନ୍ଧି ରଖୁ ଏ ଦିବସ

   ହସୁ ଏ ଧରଣୀ ମାତା

  ହସୁ ଆମ ଜନ୍ମଦାତ୍ରୀ

   ଜନନୀ ମାତା

  ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ

   ପୂରି ଉଠୁ ଏ ବିଶ୍ଵ

  ଆନନ୍ଦ, ଉଲ୍ଲାସେ ପାଳିବା ଆସ

  ଏ ବିଶ୍ଵ ମାତୃ ଦିବସ

  ସମଗ୍ର ମାତୃ ଜାତିକୁ

 କରି ନମନ ଓ ସମ୍ମାନିତ

  ଗଢିବା ହସଖୁସିର

  ସୁନ୍ଦର ବିଶ୍ଵ

  ଜନନୀ ଆଖିରୁ ଅଶ୍ରୁ ପୋଛି

  ଖେଳାଇବା ତା ମୁଖେ ହସ

  ସାର୍ଥକ ତେବେ ହେବ

    ପାଳି ଏ ବିଶ୍ଵ ମାତୃ ଦିବସ ।


Rate this content
Log in

Similar oriya poem from Abstract