STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭାଷାର ଗୌରବ

ଭାଷାର ଗୌରବ

1 min
230


ନିଜ ଭାଷା ପ୍ରତି ପ୍ରେମ ନାହିଁ ଯାର


ମାନବ ନୁହେଁ ଟି ସେହି,


ମାତୄଭାଷା ଛାଡି ଅନ୍ୟ ଭାଷା ପ୍ରତି 


ଆଦର କରଇ ସେହି।୧।


ପୌରାଣିକ ଭାଷା ଗୌରବର ଭାଷା


ଓଡ଼ିଆ ଭାଷା ଆମର,


ଆମ ଭାଷା ଛାଡି ବିଦେଶୀ ଭାଷାର


କାହିଁକି କରୁ ଆଦର।୨।


ମାତୄଭାଷା ଆମ ଓଡ଼ିଆ ଭାଷାହିଁ


ଜନ୍ମରୁ ଶିକ୍ଷା ଓଡ଼ିଆ,


ମାତାଙ୍କ ସଂସ୍କୃତି ଓଡ଼ିଆ ସଂସ୍କୃତି


ଅଟୁହିଁ ଓଡ଼ିଆ ଛୁଆ।୩।


ବଦନେ ବଳିଛୁ ଓଡ଼ିଆ ର ଧୂଳି


ଓଡ଼ିଆ ଛୁଆଙ୍କ ମେଳେ,


ମାଆର ଉଦରୁ ଭୂମିରେ ଆସିଲୁ


ଶିଖିଲୁ ଓଡ଼ିଆ ମେଳେ।୪।


କାହିଁକି ହୀନତା କରୁଛୁ ଭାଷାକୁ


ଓଡ଼ିଆ ପଢୁନୁ କିମ୍ପା?


ବୀରତ୍ବରେ ଭରା ଯାର ଇତିହାସ


ସମ୍ମାନ ଦେଉନୂ କିମ୍ପା?।୫।


ଯାହାଙ୍କ ବିରୋଧେ ପ୍ରଥମ ସଂଗ୍ରାମ


ହୋଇ ଥିଲା ଦେଶ ମଧ୍ୟେ,


ପାଇକ ସଂଗ୍ରାମ ଖଣ୍ଡାୟତଙ୍କର


ଗୁଞ୍ଜୁ ଥିଲା ବିଶ୍ବ ମଧ୍ୟେ।୬।


ଅପୂର୍ବ ଗୌରବ ଛାଡି ଆଜି ତୁମେ


ଗୌରବ ଦେଉଛୁ ତାର,


ଧିକ୍କାର ଜୀବନ ଏପରି ଜନର


ଭାଷାର ନାହିଁ ଆଦର।୭।


ମାତୄଭୂମି ପରା ଜୀବନର ସ୍ବର୍ଗ


ମାତୄଭାଷା ଅଟେ ପ୍ରାଣ,


ଜୀବନେ ଯେପରି ଆତ୍ମ ପ୍ରମାତ୍ମାର


ସଂଯୋଗେ ହୋଇଛି ଜାଣ।୮।


ଭାଷା ଛାଡି ଦେଲେ ଜୀବନ ଅସ୍ତିତ୍ଵ


ମୄତୁର ସମାନ ହୁଏ,


ଉନ୍ନତିର ମାର୍ଗ ଅଦୃଶ୍ୟ ହୁଅଇ


ପଥ ଅନ୍ଧାର ଟି ହୁଏ।୯।


ଜାଗ୍ରିତ ହୋଇଣ ଭାଷା କାର୍ଯ୍ୟେ ରୁହ


ଜଗନ୍ନାଥ ଭାଷା ଏହି,


ଜଗନ୍ନାଥଙ୍କର ଭୂମିର ଗୌରବ


ରଖିବା କର୍ତ୍ତବ୍ୟ ଏହି।୧୦।


ନିଜ ଭାଷା ପ୍ରତି ପ୍ରେମ ନାହିଁ ଯାର


ମାନବ ନୂହେଁ ଟି ସେହି,


ମାତୄଭାଷା ଛାତି ଅନ୍ୟ ଭାଷା ପ୍ରତି


ଆଦର କରଇ ସେହି।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract