STORYMIRROR

Jogeswar Gahir

Abstract Others

4  

Jogeswar Gahir

Abstract Others

ଧନ୍ୟ ତୁମେ ନାରୀ

ଧନ୍ୟ ତୁମେ ନାରୀ

1 min
199


ନାରୀ ରୂପେ ତୁମେ ଜନମ ନେଇଛ

ଏହି ଭବ ଧରାଧାମେ

ଭିନ୍ନ ଭିନ୍ନ ରୂପେ ସଦା ପୂଜନୀୟା

ହୋଇ ରହିଅଛ ତୁମେ।

ଜନନୀ ରୂପରେ ସେନେହ ଅଜାଡି 

ସନ୍ତାନ ବତ୍ସଳା ସାଜି

ସବୁ ଅରଦଳି ମଥାପାତି ସହି

ଲଗାଅ ଜୀବନ ବାଜି।

ସନ୍ତାନର ନାମ ରଖିଲ ଅକ୍ଷୁର୍ଣ୍ଣ 

ଗଢ଼ି ତାର ଭବିଷ୍ୟତ 

ନିଜ ଦକ୍ଷ ବଳେ ସ୍ଵାଧୀନ ହୋଇ ସେ 

ରଖଇ ମାନ ମହତ। 

ଭଗ୍ନୀ ରୂପେ ଭାଇ ଦୀର୍ଘାୟୁ ମନାସି

ମନରେ ତା ଦିଅ ବଳ

ଦେଶ ମାତୃକାର ସେବା ରେ ଜୀବନ

କରଇ ଯେ ତିଳ ତାଳ।

ଭାର୍ଯ୍ୟା ରୂପେ ସ୍ଵାମୀ ସୁଖ ଚିନ୍ତା କଲ

ନାଇଁଲ ସିନ୍ଥି ସିନ୍ଦୂର

ପତିବ୍ରତା ନାରୀ ନାମ ବହି ତୁମେ

ଗଢିଲ ସୁନା ସଂସାର।

ବୋହୂ ଟିଏ ହେଇ ରହି ଶାଶୁ ଘରେ

ହେଲ ପୁଣି ସୁଲକ୍ଷଣୀ

ନିଇତି ସଭିଙ୍କୁ ସେବାରେ ମୋହିଲ

ମୁଖେ ଭାସି ନମ୍ର ବାଣୀ। 

ଜନମ ତୁମର ନୁହଁଇ କେବଳ 

ସଂସାର ମୋହ ବନ୍ଧନ 

ଅତୀତ ଯେ ଗାଏ ବୀରତ୍ୱର ଗାଥା 

ତୁମ ସେହି ଜୟଗାନ। 

ଉଠ ଉଠ ଜାଗି ଭାରତୀୟ ନାରୀ 

ନୁହଁଇ ତୁମେ ଅବଳା 

ଦେବୀ ଦୂର୍ଗା କାଳୀ ମନ୍ଦାର ମାଳିନୀ 

ମଙ୍ଗଳା ତୁମେ ବିମଳା। 

ତୁମେ ଲକ୍ଷ୍ମୀବାଈ ଶିଶୁ କାନ୍ଧେ ବୋହି 

ରଚିଲ ମର ସମର 

ଇତିହାସ ପୃଷ୍ଠେ ଲିପିବଦ୍ଧ ହେଲ 

ଲେଖିଲ ଅମୃତ ଗାର। 

ଦେଶର ପ୍ରଗତି ସମ୍ଭବ ନିଶ୍ଚୟ 

ହୋଇଲେ ତୁମେ ଶିକ୍ଷିତ 

ସମାଜରେ ଶାନ୍ତି ବିରାଜିତ ହେବ 

ହୋଇବ ଦୁର୍ନତୀ ମୁକ୍ତ। 

ତୁମ ବିନା ଅଟେ ସାମାଜ ଅପୂର୍ଣ୍ଣ 

ତୁମେ ଅବିଚ୍ଛେଦ୍ୟ ଅଙ୍ଗ 

ତୁମେ ଏ ଧରାରେ ଖେଳେଇ ପାରିବ 

ସବୁଜ ସୁଷମା ରଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract