ସେନେହର ସାଗର ସେ ମା
ସେନେହର ସାଗର ସେ ମା
ମାଆ ର ମମତା କେହି ନ ବୁଝନ୍ତି
ଏ କଳି ଯୁଗର ମଣିଷ
ତାକୁ ସଦାବେଳେ ହୀନା ବୋଲି ଭାବି
ଦିଅନ୍ତି ଅନେକ କ୍ଲେଶ ।
ଆମକୁ ଯିଏ ସେ ସେନେହ ଆଦରେ
ଗଢ଼ି ତୋଳି ବଡ଼ କଲା
ସୁଖ ତ ତାହାକୁ ମାୟା ମରୀଚିକା
ଦୁଖ କଷ୍ଟ ଗ୍ରାସ କଲା ।
ଗରଭେ ନିଜର ରଖିଥିଲା ସିଏ
ଦଶମାସ ଦଶଦିନ
କ୍ଷଣିକ ସୁଖରେ ଭୁଲିଲ ତାହାକୁ
କରିଦେଇ ହୀନିମାନ ।
ଶୁଖାଇ ନିଜର ତଣ୍ଟିକୁ ତାହାର
ତୋ ତୁଣ୍ଡରେ ଦାନା ଦେଲା
ଖାଇବାକୁ ଆଜି ଗଣ୍ଡେ ପାଇ ତୁହି
କବାଟ କିଡିଲୁ ଭଳା ।
ଛିଣ୍ଡା ବସନ ଟେ ନିଜେ ଢାଙ୍କି ହେଇ
ତୋ ପାଇଁ ନୂଆ ସେ କିଣିଲା
ପିନ୍ଧିବାକୁ ଆଜି ପାଇଗଲୁ ବୋଲି
ତାକୁ କରିଦେଲୁ ହେଳା । 
;
କେତେ କେତେ ରାତ୍ରି ଅନିଦ୍ରା ବିତେଇ
ତୋ ଆଖିରେ ନିଦ ଦେଲା
ଦୁଃଖରେ ଆଜି ସେ କାନ୍ଦୁ ଅଛି ବୋଲି
ଘରେ କରୁ କାଇଁ ପାଲା. ।
ତୋ ପଛେ ଏମିତି ବିତେଇ ଦେଇଛି
କେତେ ଦିନ ମାସ ବରଷ
ତାକୁ କାଇଁ ଆଜି ଏଡେଇ ତୁ ଦେଇ
ସ୍ତ୍ରୀ ସାଥେ ହେଉ ହରଷ ।
ଦିନରାତି ଖଟି ରୋଜଗାର କରି
ତୋ ସୁଖେ ଦେଲା ସେ ବଳୀ
ସାଙ୍ଗସାଥୀ ମେଳେ ପରିଚୟ ଦେଉ
ନିଜ ଚାକରାଣୀ ବୋଲି ।
ମାଆର ମମତା ସଉଭାଗ୍ଯ ବୋଲି
ଆଜି ତୁ ଏମିତି ହସୁଛୁ
ଏ ମମତା ଯମା ପାଇ ନାହିଁ ଯିଏ
ତା ଆଖିରେ ଲୁହ ଦେଖିଛୁ ।
ବୁଝିଯାରେ ତୁହି ମାଆର ମମତା
ତରି ଯିବୁ ଏହି ସଂସାରୁ
ମାଆ ତ ମୁକତି ମାଆ ତ ଶକତି
ତା ପାଇଁ ଆଦର ନ ସରୁ ।