STORYMIRROR

Jogeswar Gahir

Others

4  

Jogeswar Gahir

Others

ଗ୍ରାମ୍ୟ ଜୀବନ

ଗ୍ରାମ୍ୟ ଜୀବନ

1 min
300


ଅତି ନିରୀହ ସେ ନିଷ୍କପଟ ମନ 

ସେ ପରା ଗାଉଁଲି ଲୋକ, 

ସର୍ବ ହୃଦେ ଦୟା କ୍ଷମା ସେ ବିତରେ

ଦିଏ ନାହିଁ ମନେ ଦୁଃଖ । 

ସରଳ ଜୀବନ ଯାପନ ତାହାର 

ଅଟଇ ନିରାଡମ୍ବର, 

ନିଜ ଦ୍ରବ୍ୟ ଛାଡି ପରର ଦରବେ 

ତିଳେ ଲୋଭ ନାହିଁ ତାର । 

ଲୁଙ୍ଗି ଗାମୁଛା ଟେ ବସନ ତାହାର

ହାତରେ ବୁଣା କପଡା, 

ବିବିଧ ବ୍ୟଞ୍ଜନ ସପନ ତାହାକୁ 

ପଖାଳ କଂସାଏ ଲୋଡ଼ା, 

ଚାଳ ଛପର ର ମାଟି ବୋଳା କାନ୍ଥ 

ତା ପାଇଁ ସହରୀ କୋଠା।

ଦଉଡିଆ ଖଟ ପଲଙ୍କ ତାହାକୁ 

ଗଦି ପରି ଲାଗେ କନ୍ଥା । 

ଯାନ ବୋଲି ତାର ଶଗଡ ଗାଡ଼ିଟେ 

ସୁଖେ ଦୁଃଖେ ତାକୁ ସାହା, 

ଗାଆଁ ଠାକୁରାଣୀ ମନ କଥା ଜାଣି

ମେଲିଛନ୍ତି ଚଉବାହା । 

ସକାଳ ରୁ ସଞ୍ଜ ବିଲରେ ମଉଜ 

ଗାଈ ବଳଦ ତା ସାଥୀ, 

ଚାହୁଁ ଚାହୁଁ ରବି ପାହାଡରେ ଲୁଚେ

ସରେ ନା ତାହାର ଖଟି। 

ଘର ଲେଉଟାଣି ମନ ହରସରେ 

ବାହୁଡ଼ଇ ନିଜ ଘରେ, 

ପିତା ମାତା ପୁତ୍ର ଭାରିଯା ସାଥିରେ 

ଭଲ ମନ୍ଦ ହୁଏ ଥରେ। 

ପର୍ବ ପର୍ବାଣୀ ରେ ମହା ଆନନ୍ଦରେ 

ଘରେ ଘରେ ପିଠା ପଣା, 

ଆରିସା କାକରା ମୁଗ ବରା ଖିରି 

ସର୍ବ ଦ୍ୱାରେ ବନ୍ଦା ପଣା। 

ଗାଆଁ ଝିଅ ବୋହୁ ସାଥିରେ ହସନ୍ତି 

ପୋଖରୀ ହୁଡାରେ ବସି, 

ଚାଷୀ ପୁଅ ବୀର ହଳ ଲଙ୍ଗଳ ରେ 

ମାତି ଥାନ୍ତି ବାର ମାସି। 

ସୁଖରେ ଯେମିତି ଦୁଃଖରେ ଆହୁରି 

ମଶାଣି ଯାଏଁ ସାଥିରେ, 

କାନ୍ଧେ ଶବ ବୋହି ସରବେ ଡାକନ୍ତି 

ରାମ ନାମ କୁ ତୁଣ୍ଡରେ। 

ଅତି ମଧୁମୟ ଅତି ମନୋରମ 

ଅ ଟ ଇ ଗ୍ରାମ୍ୟ ଜୀବନ, 

ସହରିଆ ଲୋକ ସେ କାହୁଁ ହୋଇବ 

ଗାଉଁଲି ସଙ୍ଗେ ସମାନ। 



Rate this content
Log in