Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jogeswar Gahir

Others

3  

Jogeswar Gahir

Others

ଦାଦନ

ଦାଦନ

1 min
224



ମୂଲ ଲାଗି ଚଳେ ମୋ ଚାରି କୁଟୁମ୍ବ

ମୁହିଁ ଅଟେ ଭୂମିହୀନ

ନିଜ ପ୍ରଦେଶରେ ବେକାରୀ ହୋଇ ମୁଁ

ଚାଲିଲି ଖଟି ଦାଦନ ।

ମୋ ଗାଆଁ ର ମାଟି ପାଣି ଓ ପବନ

କରୁଛନ୍ତି କେତେ ଅଳି

କାହିଁକି ଯାଉଛୁ ପରଦେଶେ ତୁହି

ଛାଡ଼ିଦେଇ ପାଦ ଧୂଳି ।

ରାଜ୍ୟ ସରକାର ବିଭିନ୍ନ ଯୋଜନା

କାହାପାଇଁ ତୁମେ କର 

ନିଜ ଘରେ ରହି ଭୋକ ଉପାସରେ 

ଦିନ କଟି ଥାଏ ମୋର । 

ଟଙ୍କିକିଆ ତୁମେ ଚାଉଳ ଦେଉଛ 

ତାହା କି ଯଥେଷ୍ଟ ସେହି 

ଭାତ ମୁଠାକରେ ଉଦର କେ ପୋଷେ 

ତୁମେ କିଆଁ ଜାଣ ନାହିଁ । 

ବଞ୍ଚିବାର ପାଇଁ ଖାଦ୍ୟ ବସ୍ତ୍ର ସଙ୍ଗେ 

ଲୋଡ଼ା ଅଟେ ବାସଗୃହ 

ଚାରି ପ୍ରାଣୀ ପାଇଁ ସେସବୁ ଯୋଗାଡ 

ଭାବିଲେ ନ ସହେ ଦେହ । 

ସେଥିପାଇଁ ପରା ଦାଦନ ସାଜିଛି 

ଭିଟାମାଟି କରି ପର 

ପର ଦେଶେ ରହି ପାରିଶ୍ରମ ପାଇଁ 

ସଦା ସଂଘର୍ଷ ମୋହର । 

ଖଟି ଖଟି ଯଦି ସମାଧି ମୁଁ ସାଜେ

କାହାରି ହୁଏନା ଊଣା 

ଖବର କାଗଜେ ପହିଲି ପୃଷ୍ଠାରେ 

ରହି ହୁଏ ଜଣାଶୁଣା । 


Rate this content
Log in