STORYMIRROR

Jogeswar Gahir

Others

4  

Jogeswar Gahir

Others

ଗୋମାତା

ଗୋମାତା

1 min
304

ମାତା ରୂପେ ତୁହି କୋଳେଇ ନେଇଛୁ 

ବିଶ୍ଵ ସନ୍ତାନଙ୍କୁ ତୋର, 

ସେଥି ଲାଗି ପରା ଗୋମାତା ନାମରେ 

ତୋ ନାମ ସର୍ବ ବିସ୍ତର । ।। 

ତୋ କ୍ଷୀର ଦରବ ନାନା ମିଷ୍ଟାନ୍ନରେ 

ଲୋଡ଼ା ହୁଏ ପ୍ରଥମରେ, 

ତୋର ମଳ ମୂତ୍ର ବ୍ୟାଧି ନିବାରଣେ 

ମହୋଷଧି କାମକରେ । ।। 

ଗୋବର ତୋହର ଗୋମୟ ନାମରେ 

ପୂଜା ହୋମ ଯଜ୍ଞେ ଲାଗେ, 

ସ୍ଥାନଟା ପବିତ୍ର ହୁଅଇ ସେ କ୍ଷଣେ 

ତାର ଲିପା ପୋଛା ଯୋଗେ । ।। 

ପ୍ରତ୍ୟୁଷରୁ ଉଠି ତୋ ଗୋବର ପାଣି 

ଦୁଆର ମୁହଁରେ ଛିଞ୍ଚି, 

ଘର ଭୁଆସୁଣୀ ଶୁଭାରମ୍ଭ କରେ 

ଚତୁର୍ଦିଗେ ଶୁଭ ବିଞ୍ଛି। ।। 

ମାତୃ କ୍ଷୀର ଯେବେ ସନ୍ତାନ ପାଇଁକି 

ହୁଅଇ ଯେବେ ନିଅଣ୍ଟ, 

ତୋ କ୍ଷୀର ପାନରେ ତୃଷ୍ଣା ଦୂର କରି 

ତୃପ୍ତ କରେ ତାର ପେଟ । ।। 

କୃଷ୍ଣ ମହା ପ୍ରଭୁ ନନ୍ଦ ପୁରେ ରହି 

ଲୀଳା କଲେ କେତେ ସେହି, 

ଗୋପାଳ ରୂପରେ କ୍ଷୀର ସର ଦହି 

ଭୁଞ୍ଜି ହୋଇଥିଲେ ବାଇ । ।। 

ଭାରତୀୟ ଧର୍ମ ପୁରାଣ ସାହିତ୍ୟେ 

ତୋ ମହିମା ଅଛି ରହି, 

ବଉଳା ରୂପରେ ଗପ କାହାଣୀରେ 

କାମ ଧେନୁ କେବେ ତୁହି । ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍