ଯା ମନ ବିଶୁଦ୍ଧ ଅଟଇ
ଯା ମନ ବିଶୁଦ୍ଧ ଅଟଇ
ଯା ମନ ବିଶୁଦ୍ଧ ଅଟଇ,
ହୃଦୟେ ଆବିଳତା ନାହିଁ ।
ଯେଉଁ ଜନ ସରଳ ମତି
ସକଳେ ବିଶ୍ବାସ କରନ୍ତି ।
ଯେ ଜନ ଦୟାଳୁ ଅଟଇ
ପରର ଦୁଖରେ କାନ୍ଦଇ ।
ତା ମନେ ନିଜ ପର ନାହିଁ
ପର ବି ନିଜର ଲାଗଇ ।
ତେଜଇ ଲୋଭ ଅହଂକାର
ମନରୁ ମୋହ ମାୟା ତାର ।
ଫଳନ୍ତି ଗଛଟିଏ ପରି
ନମ୍ରତା ସ୍ବଭାବେ ତାହାରି ।
ସଂସାରେ ଖୁସି ବାଣ୍ଟୁଥାଏ
ପାଇବା ଆଶା ତା' ନଥାଏ ।
ନିଷ୍କାମ କର୍ମମାନ କରେ
ବସୁଧା କୁଟୁମ୍ବ ବିଚାରେ ।
ନିଜର ସବୁ କିଛି ଦିଏ
ପ୍ରକୃତ ନିର୍ଲୋଭ ବୋଲାଏ ।
ତେଜିଣ କ୍ରୋଧ ଅହଂକାର
କହଇ ବଚନ ମଧୁର ।