Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଛିଣ୍ଡାଅ ସବୁ ଶୃଙ୍ଖଳ

ଛିଣ୍ଡାଅ ସବୁ ଶୃଙ୍ଖଳ

1 min
206


ଛିଣ୍ଡାଇ ଶୃଙ୍ଖଳ       ଉଠ ହେ ଦୁର୍ବଳ

    ଜାଗ୍ରତ ହୁଅରେ ଆଜି,

ପ୍ରତିଷ୍ଠିତ  କର        ତୁମ ଅଧିକାର

      ତୁମ  ସମାଜରେ ଆଜି ।


ଏଇ  ସମାଜରେ       ସବୁ ମାନବର

         ରକତେ ଭିନ୍ନତା ନାହିଁ

ତେବେ କୁହ ଭାଇ      ଏତେ ଭେଦା ଭେଦ

        ସମାଜରେ କିସ ପାଇଁ ।


ପ୍ରତି ମାନବର       ରହିଅଛି  ଜାଣ

       ମାନବିକ ଅଧିକାର

ସବୁ   ମଣିଷର     ସର୍ବ କ୍ଷେତ୍ରେ ଅଛି

       ସମାନତା ଅଧିକାର ।


ସବୁ  ମଣିଷଙ୍କ         ପାଇଁ ରହିଅଛି

       ସମାନତା ଅଧିକାର

ଜାତି ଧର୍ମ ବର୍ଣ୍ଣ          ଧନିକ  ଦରିଦ୍ର

       ଉଚ୍ଚ ନୀଚ୍ଚ ସଭିଙ୍କର ।

 

ସମାଜର ସବୁ       ଲୋକଙ୍କର ଅଛି

     ସମାନ  ସମାନ ଭାଗ

ସମସ୍ତ   ଆଇନ       ସମସ୍ତଙ୍କ   ପାଇଁ

      ସମାନ ଭାବେ ପ୍ରୟୋଗ ।


ସମାଜର  ସବୁ         ଲୋକଙ୍କକର ଅଛି

          ବଞ୍ଚିବାର ଅଧିକାର

କେହି କାହାରିକୁ          ଦେଇପାରିବନି

       କଷଣ କି ଅତ୍ୟାଚାର ।


ସାରା ଜଗତରେ        ଗୋଟିଏ ଧରମ

       ଅଟଇ ମାନବ ଧର୍ମ,

ସମାଜର   ସବୁ        ଲୋକ କରିପାରେ

          ସମସ୍ତ ପ୍ରକାର କର୍ମ ।


କର୍ମ ଅନୁସାରେ      ସଭିଙ୍କର ପାଇଁ 

     ପ୍ରାପ୍ୟ   ଉଚିତ ମଜୁରୀ

ସେଥିରୁ   କେହିବି    ପାରିବନି ଠକି

       ଜାଣିରଖ ଭଲକରି ।


ଯଦି କେହି  ତୁମ୍ଭେ     ଦେଉନାହିଁ କାହିଁ

        କର୍ମାନୁସାରେ ମଜୁରୀ

ଶୋଷଣ ବିରୁଦ୍ଧେ       ଲଢିବାରେ ତୁମେ 

       କରନାହିଁ  ତିଳେ  ଡେରି ।


ଲଢେଇରେ   ଯଦି     ପ୍ରତିପତ୍ତି ବଳେ

         ପିନ୍ଧାଏ କେହି ଜଞିିର

ଛିଣ୍ଡାଇ ଦିଅ        ହାତର ଜଞ୍ଜିର

      ଉଠା' ପ୍ରତିବାଦ ସ୍ବର ।


ଶୋଷଣ ବିରୁଦ୍ଧେ      ଲଢିବା ଅଟଇ

       ତୁମ ନ୍ୟାଯ୍ୟ  ଅଧିକାର

ଗଣତନ୍ତ୍ରେ  ନାହିଁ      ଶୋଷଣର ସ୍ଥାନ

        ଉଠା' ପ୍ରତିବାଦ ସ୍ବର ।


ପ୍ରତିପତ୍ତି  ବଳେ       ମତ୍ତ ହୋଇ କେହି

      ଯଦି ପିନ୍ଧାଏ ଶୃଙ୍ଖଳ   

ଜାଗ ହେ ଦୁର୍ବଳ       ପ୍ରତିବାଦ  କର

       ଛିଣ୍ଡାଇ ଦିଅ ଶୃଙ୍ଖଳ ।


ଧନ  ଦଉଲତ         ପ୍ରତିପତ୍ତି ବଳେ

       କେହି କଲେ ଅତ୍ୟାଚାର

ଅନ୍ୟାୟ ଅନୀତି         ବିରୁଦ୍ଧେ ଲଢିବା

       ଅଟେ ତୁମ ଅଧିକାର ।


ବେଡି କରୋଡାକୁ       ଡର ନାହିଁ  ତୁମେ

         ଭାବନାହିଁ  ଦୁରୁବଳ

ସତ୍ୟ  ନ୍ୟାୟ ଧର୍ମ         ଅହିଂସା ମାର୍ଗରେ

        ଛିଣ୍ଡାଅ ସବୁ ଶୃଙ୍ଖଳ ।



         


Rate this content
Log in

Similar oriya poem from Abstract