STORYMIRROR

Amarananda Nayak

Others

3  

Amarananda Nayak

Others

ଅଭିଶପ୍ତ ଅଭୀପ୍ସା

ଅଭିଶପ୍ତ ଅଭୀପ୍ସା

1 min
155

ଏବେ ଏଠି ପୂର୍ଣ୍ଣ କାରାଗାର 

ଭୋଗୁଛି ମୁଁ ଆଜୀବନ ସଜା

   ଘେରିଛି ଅହଂର ଦୁର୍ଭେଦ୍ୟ ପ୍ରାଚୀର। 

ଆଲୁଅରେ ମତଲବି ସାଥି

ଅନ୍ଧକାରେ ପୁଟ ଦିଆ ପ୍ରୀତି

   ଆତ୍ମା ମାୟାଜାଲେ ଛଟରପଟର । 


ହର ରଙ୍ଗୀ ମଣିଷ ର ମେଳା

ଭିଡରେ ମୁଁ ଏକାନ୍ତ ଏକଲା

   ମୋ ପୂର୍ଣ୍ଣ ପସରା ଯାଇଛି ଉଜୁଡ଼ି । 

ବାର ବାର ଡେଣା କରେ ଟାଣ

ପଛେ ଛାଡି ମାନ ଅଭିମାନ

   ଯିବାପାଇଁ ମୁକ୍ତ ଆକାଶକୁ ଉଡି। 


କିମ୍ପାଇ ମୁଁ ପାରେନାହିଁ ଉଡି

କିଏ କାହିଁ ପକାଇଛି ବେଡ଼ି

   ଅତୃପ୍ତ ଅଲଭ୍ୟେ ଶାନ୍ତିର କାମନା। 

ନୀରବେ ହସ ଲୁହ ମଊନେ

ଦୁଃଖ ଏକକ ସୁଖ ବଣ୍ଟନେ

    କିଏ ଆଣିଦେବ ଶାନ୍ତିର ଠିକଣା? 


ଅର୍ଥ ସ୍ୱାର୍ଥ କାମନା ଭୃତ୍ୟ

ମହଲେ ପିଆଲେ ଗୀତ ନୃତ୍ୟ

    ଅନାହୂତ ଆସକ୍ତିରେ ଜର୍ଜରିତ। 

ପିଣ୍ଡବ୍ରହ୍ମାଣ୍ଡ ପୂର୍ଣ୍ଣତା ପାଇଁ

ସ୍ୱାହା ଜାଗନିକ ଘୃତ ହୋଇ

   ଦୁର୍ଗ୍ରହ ତ୍ରିଶଙ୍କୁ ସ୍ଥିତିରେ ବିବ୍ରତ । 


ପାର୍ଥିବ ସମ୍ପଦ ଏକତ୍ରେ ବିଭ୍ରାନ୍ତ

ଆତ୍ମୀୟ ସ୍ୱଜନ ପ୍ରସନ୍ନେ ପ୍ରସୂତ

   ଇପ୍ସିତ ଅଭୀପ୍ସା ମୋର ଅଭିଶପ୍ତ । 

ମୋ ଦୃଷ୍ଟିରେ ସର୍ବେ ପ୍ରିୟପାତ୍ର

ଅନ୍ୟ ଦୃଷ୍ଟିରେ ମୁଁ ରାହୁ ଗ୍ରସ୍ତ 

   ଏତାଦୃଶ ସଂପର୍କେ ବିଭ୍ରମ ତହୁଁ । 

ଏହା ଅବଶମ୍ଭାବୀ ଅବଶ୍ଯ

ନା ସତ୍ଯ ଅସତ୍ଯ ଅର୍ଦ୍ଧ ସତ୍ଯ

    ମୋ ଭିତରେ ତମେ ତମ ଭିତରେ ମୁଁ । 


 ବିବର୍ଣ୍ଣ ବୟସେ ଶୀର୍ଣ୍ଣ କାନ୍ତି

 କାନ୍ତ ମନରେ କ୍ଳାନ୍ତ ଜ୍ୟତି 

    ଉପଲବ୍ଧ ଅଛି ଉପଲବ୍ଧି ହୃତ । 

 କୁଛ୍ରସାଧନା କ୍ରୁତ୍ଯରେ ସର୍ତ୍ତ

ଅକୃଷ୍ଟ ଅକୃତ୍ୟେ ତୃପ୍ତି ପ୍ରାପ୍ତ

   ସୁତରାଂ ଜୀବନେ ଶାସ୍ତି ଜୀବନ୍ମୃତ୍ୟ । 


ଜଳିବା ଜାଳିବା ବେଳ ଅସ୍ତ

ପ୍ରତୀକ୍ଷାରେ ଶେଷ ନିଦ୍ରା ମାତ୍ର

    ଇଚ୍ଛାପତ୍ର ଶ୍ରୀଅଙ୍ଗରେ ମୋକ୍ଷ ପ୍ରାପ୍ତ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍