STORYMIRROR

Amarananda Nayak

Classics

4  

Amarananda Nayak

Classics

କାହା ପାଖେ ଅଛି କି ଉତ୍ତର?

କାହା ପାଖେ ଅଛି କି ଉତ୍ତର?

1 min
245


କାହା ପାଖେ ଅଛି କି ଉତ୍ତର ? 

ସଂସାର ଠାରୁ ଶ୍ମଶାନ କେତେ ଦୂର? 

ଅନ୍ତୁଡି ନା ଅନ୍ତିମ ନିଆଁ ଅଧିକ ନିଜର ? 

ଜୀବନ ଯନ୍ତ୍ରଣା ନା ମୁକ୍ତି କାମନା ମନୋରମ? 

ନିଦାଘ ଦହନ ନା ବିଦୀର୍ଣ୍ଣ ଫଗୁଣ ପ୍ରିୟତମ ? 

ସ୍ବପ୍ନର ରାତି ନା ରାତିସାରା ସ୍ବପ୍ନ ଅଧିକ ମଧୁର? 

ନିଦ ଭରା ରାତି ନା ସାରା ରାତି ନିଦ ଅଧିକ ଗଭୀର  ? 

ହ୍ରୁଦୟେ ପ୍ରେମ ନା ପ୍ରେମାନନ୍ଦ ହ୍ରୁଦୟର ଅଧିକ ଆୟୁଷ ? 

କିଏ ଅଧିକ ରଂଗର, ପ୍ରେମର ବୟସ ନା ପ୍ରେମବତୀ ବୟସ ? 

ଶ୍ରାବଣ ଭିଜା ନୟନ ନା ନୟନେ ଭିଜା ଶ୍ରାବଣ ଅଧିକ ଦିନର? 

କୋଳାହଳେ ନୀରବତା ନା ପୂର୍ଣ୍ଣତାରେ ଶୂନ୍ଯତା ଅଧିକ ନିଜର? 

ଆତ୍ମ ମନସ୍କତା ନା ଅନ୍ୟ ମନସ୍କତା କିଏ ଜୀବନେ ଦୁର୍ଲଭ ? 

ଜୀବିତ ମ୍ରୁତ୍ୟୁ ନା ମ୍ରୁତ୍ୟୁ ପରେ ରହିବା ଜୀବିତ ଅଧିକ ସୁଲଭ ? 

ସଂସାର ବୈରାଗୀ ନା ବୈରାଗ୍ୟ ସଂସାର ଅଧିକ କଠୋର? 

ଭକ୍ତାଧିନ ଈଶ୍ବର ନା ଈଶ୍ବରାଧିନ ଭକ୍ତ କିଏ ଅଧିକ ବିଭୋର? 

ଦେଇପାରିବ କାହା ପାଖେ ଅଛି ଏ ସବୁର ଉତ୍ତର ? 

ଯଦି ତମ ପାଖେ ନାହିଁ ଏ ସବୁର ଉତ୍ତର, 

ତୁଚ୍ଛା ଭାବନାରେ କିଆଁ ଜୀବନକୁ କର ଛାରଖାର ? 


Rate this content
Log in

Similar oriya poem from Classics