Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Abstract

4  

Kalandi pal

Abstract

ବେଇମାନିଆଙ୍କ ଅଟଇ ଗୁରୁ

ବେଇମାନିଆଙ୍କ ଅଟଇ ଗୁରୁ

1 min
237



କଥାଟି ଚିକଣ ତିଳକ ସରୁ

ବେଇମାନିଆଙ୍କ ଅଟଇ ଗୁରୁ ।


କଥା ଦେଇ କଥା ରଖେନି ଯିଏ.

ଶତ୍ରୁ ହୋଇ ଯଦି ଭାବ ଲଗାଏ ।


ମିଛ କଥା ସଦା ପାଟିରେ କୁହେ

ସତ କଥା ପାଖେ କେବେ ନ ଯାଏ ।


ମିଠା କଥା କହି ମନକୁ ମୋହେ

ଦେହକୁ ପଡିଲେ ପାଖେ ନ ଥାଏ ।


ମିଠା କଥା କହି ପାଖରେ ରହି

ଠେଲିପେଲି ଦିଏ ଗଛେ ଚଢେଇ ।


ବିପଦ ଆସିଲେ ଖସେ ସେଠାରୁ

ବେଇମାନିଆଙ୍କ ଅଟଇ ଗୁରୁ ।


ନିଜ ପେଟ କାଟି ପାଳେ ସନ୍ତାନ

ବାପାମାଆଙ୍କର ସେ ଗଣ୍ଠି ଧନ।


କାଳ ଯଦି କଟେ ତାଙ୍କ ହତାଦରେ

ବେଇମାନ ହୁଏ ସାରା ସଂସାରେ ।


ଗୋଟିଏ ଗର୍ଭରୁ ଜାତ ହୋଇ ଯିଏ

ଭାଇ ଭାଇ ହୋଇ ଚଳୁଥାଏ ସିଏ।


ଭାରିଜା କଥାରେ ଉଠ ବସ ହୁଏ

ଗୋଟିଏ ରକ୍ତରେ ବାଡ଼ ପକାଏ।


ବଡ଼ ପାହ୍ୟା ପାଇ ଅଫିସ ଚଳାଏ

କଳା ଧଳା କରି ପଇସା ଖାଏ ।


କୁଢ଼ କୁଢ଼ ଟଙ୍କା ଅନ୍ୟାୟରେ ଆଣି

ବ୍ୟାଙ୍କରେ ଜମା ଖାତା ବଢାଏ ।


ରାଜାର ଚାକର ହୋଇ ଯେବେ କିଏ

ଗୁପ୍ତ କଥା ନେଇ ଶତ୍ରୁଙ୍କୁ କୁହେ ।


ଶତ୍ରୁ ପାଶେ ସଦା ମିତ୍ର ହୋଇ ରୁହେ

ରାଜ୍ୟ ପାଇଁ ବଡ଼ କଳଙ୍କ ସିଏ ।


ଏଇମାନଙ୍କୁ ଧନ ପାଖୁ ଦୁରେଇ

ସଂସାର ଗଢ଼ିବୁ ପରଖି ନେଇ ।



Rate this content
Log in

Similar oriya poem from Abstract