STORYMIRROR

DR SAMIR RANJAN BEHERA

Abstract Inspirational

4  

DR SAMIR RANJAN BEHERA

Abstract Inspirational

ପିପିଇ ଭିତରେ ଜୀଵନ

ପିପିଇ ଭିତରେ ଜୀଵନ

1 min
204


ଶୁଣ ମୋର ବନ୍ଧୁଗଣ 

    ପିପିଇ ଭିତରେ କଟୁଛି ଜୀଵନ

    କେତେ ଯେ ଯନ୍ତ୍ରଣା ଜାଣ 

   କହୁଅଛି ମୁଁ ଶୁଣ ll

   କରୋନା କବଚ ପିପିଇ ଟି ଅଟେ

ତା ଭିତରେ କଷ୍ଟରେ ଜୀବନ ଟି କଟେ

ଗରମ ରେ ନିଆଁ ବାହାରୁ ଥାଏ

ସେ ନିଆଁ ରେ ଦେହ ସିଝି ଯାଉଥାଏ

ସର ସର ହେଇ ଝାଳ ବାହାରି ଯାଏ

ସେ ଝାଳ ବୋହି ଡ୍ରେସ ଭିଜିଯାଏ

ତାର ଅନୁଭବ କେବଳ ଅନୁଭବି ହିଁ ଜାଣିଥାଏ

କହିବା ଟା ଆଜ୍ଞା ସମ୍ଭବ ନୁହଁ

ଦେହ ହାତ କେବେ କୁଣ୍ଡଉ ଥାଏ

ହେଲେ କୁଣ୍ଡେଇବା ସମ୍ଭବ ନଥାଏ

ଏକ ଦୁଇ ତିନି ଲାଗୁଥାଏ

ହେଲେ ଯିବାଟା ସମ୍ଭବ ନଥାଏ

ଶୋଷ ଲାଗୁଥାଏ ଭୋକ ଲାଗୁଥାଏ

କିନ୍ତୁ ପିପିଇ ଖୋଲିବା ସମ୍ଭବ ନଥାଏ

ଏମିତି ରେ କରୋନା ଚାରିପାଖେ

ପଶିବ ବୋଲି ବିକଳ ହେଇ ଅନେଇଥାଏ

ପୁଣି ଆମ ସରକାର ଗୋଟାଏ ପିପିଇ ପିନ୍ଧି

ଛ ରୁ ଆଠ ଘଣ୍ଟା ଡ୍ୟୁଟି କରିବାକୁ

ଆଦେଶ ଦେଇଥାଏ

ଭାଇ ଭଉଣୀ ମାନେ

   ଏଇ ଆମ କୋଭିଡ ୱାରିଅର ଭାଗ୍ୟ ଥାଏ ll

    ଜୋତା କଭର ଦେହ କଭର

ମୁହଁ ରେ ଦୁଇଟା ମାସ୍କ ର ସମାହାର

କ୍ୟାପ ରେ ମୁଣ୍ଡ କାନ କଭର

ଆଖିରେ ଫୁଲ ଚଷମା

ବାସ ପୁରା ପିପିଇ ଭିତରେ ଜୀବନ

lCU ଡ୍ୟୁଟି ଟା କଷ୍ଟରେ ଚଳେ

ଦେହ ତ ଝାଳ ରେ ଭିଜେ

ଭେଣ୍ଟିଲେଟର ଲଗେଇଲା ବେଳେ

ଏ ସି ବି କାମ କରିନଥାଏ

ଚଷମା ଫୋଗିଙ୍ଗ ହେଇ ଓଦା ହେଇଯାଏ

ବାହାର ଠିକ ସେ କିଛି ଦେଖା ନଯାଏ

ଭେନ ମିଳିବା ଇନଟୁଁବେଟ କରିବା

ମଧ୍ୟ କଷ୍ଟ ସାଧ୍ୟ ହେଇଯାଏ

ଆଉ ପିପିଇ ଖୋଲିଲା ବେଳକୁ

   ବେଳେ ବେଳେ ସାରା ଦେହ ଲାଲ ପଡ଼ିଯାଏ ll

   ପିପିଇ ଭିତରେ ଅଣନିଶ୍ୱାସୀ ଏ ଜୀବନ 

ଖୋଲି ଦେଲେ ଲାଗେ ସ୍ୱର୍ଗ ସମାନ

ଛ ଘଣ୍ଟା ଡ୍ୟୁଟି ରେ ଲାଗେ ପୋକ ସମାନ

ଏଣୁ ହେ ସୁଧୀଜନ ମୋର ନିବେଦନ

ଆମର ଏ କଷ୍ଟ କୁ କେଵଳ ଆପଣ ମାନେ

କରିପାରିବେ ଉପଶମ

ମାସ୍କ ପିନ୍ଧିବା ଦୂରତା ରଖିବା 

    ଭିଡ଼ ଜାଗା କୁ ଦୂରରେ ରହିବା 

   ତେବେ କରୋନା କୁ ମୁକାବିଲା କରିପାରିବା 

   ଆଉ ଏ ପିପିଇ କଷ୍ଟରୁ ବଞ୍ଚି ଯିବା ll






       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract