STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଦୁଃସ୍ବପ୍ନ

ଦୁଃସ୍ବପ୍ନ

1 min
293

ଖୋଜୁଛି ବୋଲି ଲକ୍ଷସ୍ଥଳୀ

ରାସ୍ତା ପାଲଟିଯାଏ

ମରୁଭୂମି ର ମରୁବାଲି,

ଯେତେ 

ଦୂରୁକୁ ଦୂରକୁ

ସେତେ 

ଅପହଞ୍ଚ

ମୃଗତୃଷ୍ନା ମରୀଚିକା

ପରିଭାଷା ଏବେ ଜୀବନର !

ଅବୁଝା ମନ

ଜମା ବୁଝେନା

ପଚାରନା

ମତେ ତମେ କିଛି

ପଚାରିଲେ

କାଳେ ତମେ

ପାରିବନି କିଛି ବୁଝି

ଏଠି ଯନ୍ତ୍ରବତ

ସବୁକିଛି ଘଟିଯାଏ

ଆକସ୍ମିକ ଭାବେ ଘଟଣା

ଦୁର୍ଘଟଣା ତାପରେ

ଟିକଟିକ ଘଣ୍ଟା କଣ୍ଟା ପରି

ପାଲଟି ଗଲିଣି

ଅହରହ

ଏଠି

ଆତ୍ମତୃପ୍ତି 

ହୁଏ ଦୁଃସ୍ବପ୍ନ !


Rate this content
Log in

Similar oriya poem from Abstract