STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ମମତାମୟୀ ମା

ମମତାମୟୀ ମା

1 min
208

 ଯାହାର ଗରଭେ ଜୀବନ ଆରମ୍ଭ

ଯାହା ପାଇଁ ଏ ଶରୀର

ସ୍ନେହ, ମମତାର ଅଥଳ ସାଗର

କରୁଣାର ଅବତାର 

ସିଏ ମାଆ ମୋର,

ସର୍ବସଂହା ସିଏ ଧରଣୀ ଭଳିଆ

ସମକକ୍ଷ ନୁହେଁ କେହି ତା'ର ।।


ସ୍ୱୟଂ ଭଗବାନ ଯା ସ୍ନେହ ପାଇଁକି

ଦେହଧାରୀ ଧରାଧାମେ,

କେଡେ ଭାଗ୍ୟବାନ ଅଟେ ସେ ସନ୍ତାନ

ବଢ଼ିଛି ଯେ ତା'ର କୋଳେ 

ଅମୃତର ପାନେ

ଏ ଧରାରେ କେହି ତାର ପରିନାହିଁ

ଜାଣିଥାଅ ସୁଜ୍ଞ ଜନେ ।।


ଛୋଟା,କେମ୍ପା,କୁଜା ସନ୍ତାନ ହେଲେବି

ମାଆର ସରଗଚାନ୍ଦ

ଜ୍ବର,ରୋଗ ବେଳେ ମାଆର ଆଖିରୁ

ଲୁହବହେ ଅବିରତ

ସନ୍ତାନର ନିମିତ୍ତ

ବିଭୁପଦେ ସିଏ କହୁଥାଏ ସଦା

ରକ୍ଷାକର ମୋର ସୁତ ।।


କର ମାତୃସେବା ଜୀବନରେ ତୁମେ

ଜୀବନ ହୋଇବ ଧନ୍ୟ

ମାତୃରଣ କିଏ ସୁଝିବ ଜୀବନେ

ବୃଥାକର ଆସ୍ଫାଳନ 

ମାଆ ପାଦେ ପ୍ରଣତି

ମାଆ ପରି ଏହି ଭବ ସାଗରେ

ଆଉ କିଏ ଆମ ନିଜ ସମ୍ପତ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract