ଉତ୍କଳ
ଉତ୍କଳ
ଉତ୍କଳ ରାଇଜ ମୋର
ଉତ୍କୃଷ୍ଟ କଳାର ଭଣ୍ଡାର
ଉତ୍କଳେ ଜନମ ଲଭି
କେଡେ ଭାଗ୍ୟ ମୋର ।
ମନ୍ଦୀର ମାଳିନୀ ରାଜ୍ୟ
ଦିଅଁ ତା, କଳାଠାକୁର ।
ଇତିହାସ କହେ ଯାର
ଵୀରଙ୍କ ର ଗାଥା
ଧ ଉଳି ଦେଉଛି ଆଜି
ତାହାରି ଵାରତା ।
ଏମାଟିରେ ଜନମିଣ
କଵି ଜୟଦେବ
ଲେଖିଲେ ଅମୂଲ୍ୟ ଗ୍ରନ୍ଥ
ଶ୍ରୀ ଗୀତଗୋବିନ୍ଦ ।
ସାରଳା ଦାସଙ୍କ କୃତ
ଗ୍ରନ୍ଥ ମହାଭାରତ
ଜଗନାଥ ଦାସଙ୍କର
ଓଡିଆ ଭାଗବଦ ।
ପୂଣ୍ୟଭୂମି ଉତ୍କଳରେ
ବାରମାସେ ତେରଯାତ
ଭକତଙ୍କ ପାଇଁ ପ୍ରଭୁ
ଚଢି ଯାନ୍ତି ରଥ ।
ଉତ୍କଳ ସୌନ୍ଦର୍ଯେ ଭରା
ସେ ହରିଶଙ୍କର
ଚିଲିକା ରେ ପକ୍ଷୀମେଳ
ଅତି ମନୋହର ।
ଓଡିଆ ସାଧବ ପୁଅ
ବେପାର ବାଣିଜ ଗାଥା
ବୋଇତରେ ଧରି ପଣ୍ୟ ଦ୍ରବ୍ୟ
କରିଥାନ୍ତି ଜଳ ଯାତ୍ରା ।
ଏଉତ୍କଳର ଗୌରଵ
ମଧୁସୁଦନ,ସୁବାସ
ଉତ୍କଳ ମଣି ଅଟନ୍ତି
ଗୋପବନ୍ଧୁ ଦାସ ।
ଚାରୁକଳା ରେ ନିପୁଣ
ଚନ୍ଦ୍ରଭାଗା କୋଣାରକ
ତାରକଷି କାମ ପାଇଁ
ବିଶ୍ଵ ପ୍ରସିଦ୍ଧ କଟକ ।
ଓଡିଆ ଭାଷା ଭାରି ମିଠା
ତାପରି ଭାଷା ନାହିଂ ।
ତା ପୁର ପଲ୍ଲୀ ଭାରି ସୁନ୍ଦର
ଏଇ ମୋ ଓଡିଶାଭୂଇଁ ।
